www.samajalive.in
Saturday, December 13, 2025
26.1 C
Bhubaneswar

ନବରଙ୍ଗପୁର ଜିଲ୍ଲା କଂଗ୍ରେସର ନିର୍ବାଚନ କମିଟି ବୈଠକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ନିର୍ବାଚନ କମିଟିର ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ନବରଙ୍ଗପୁର ଶ୍ରୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ତଥା ପିସିସି ଉପ ସଭାପତି ସଦନ ନାୟକ ଓ ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଭୁଜବଳ ମାଝୀ, ପିସିସି ସମ୍ପାଦକ କ୍ଷେମ ରାଜ୍ ବାଘ, ଜିଲା ମହିଳା ସଭାନେତ୍ରୀ ପି.ନାଗା ରତନମ୍, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଦ୍ବାରିକା ମହାପାତ୍ର, ଜିଲ୍ଲା ଉପ ସଭାପତି ଦିଲିପ୍ ବେହେରା, ନଗର ସଭାପତି ଭୀମ ହରିଜନ, ଯୁବ ନେତା ଇମ୍ରାନ୍ ସରିଫ, ରାଜେଶ୍ ଜାନୀ, ମୋତି ଲାଲ୍ ହଂସ,ସୁବାସ ଚନ୍ଦ୍ର ସୁର, ଜି .ସାଇ ରାଜୁ, ପ୍ରହ୍ଲାଦ ହିଆଲ୍, କୃଷ୍ଣ ମାଝୀ, ମହେଶ୍ୱର ଭତରା, ଶ୍ରୀକାନ୍ତ ମିଶ୍ର, ଅବଦୁଲ୍ ଫିରୋଜ, ସୁରଜ୍ ଲାଲ୍, ଦୁଳଭ କନ୍ଧ ଗୌଡ, ସୁଭଳାନ୍ ସନ୍ତାଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଆଶାୟୀ ପ୍ରାର୍ଥୀମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ବିସ୍ତୃତ ଆଲୋଚନା କରିବା ସହ ସମସ୍ତ ୨୬ ଟି ଆସନରେ ପ୍ରାର୍ଥୀଙ୍କ ନାଁ ଚୁଡାନ୍ତ କରି ଅନୁମୋଦନ ନିମନ୍ତେ ପ୍ରଦେଶ କଂଗ୍ରେସ କମିଟିକୁ ପ୍ରେରଣ କରାଯାଇଥିବା ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ ପ୍ରକାଶ କରିଛନ୍ତି। ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories