ଢେଙ୍କିକୋଟରେ ନବମ ବାର୍ଷିକ ଭଲିବଲ୍ ପ୍ରତିଯୋଗିତା, ପଣ୍ଡୁଆ ଚମ୍ପିୟାନ

ପାଟଣା: ଢେଙ୍କିକୋଟ ଭଲି କ୍ଲବ ପକ୍ଷରୁ ଆୟୋଜିତ ନବମ ବାର୍ଷିକ ଭଲିବଲ୍ ସହରାଞ୍ଚଳ ପ୍ରତିଯୋଗିତାର ଉଦଯାପନୀ ଖେଳରେ ଢେଙ୍କିକୋଟକୁ ହରାଇ ପଣ୍ଡୁଆ ଚମ୍ପିୟାନ ହୋଇଛି। ପ୍ରତିଯୋଗିତାରେ ଢେଙ୍କିକୋଟ, ସାନ୍ତରାପୁର, ମଛାଳୋ, ଯାଜପୁର ଟାଉନ, ପଣ୍ଡୁଆ ଓ ତାରାପୁର ଦଳ ପ୍ରମୁଖ ଆକର୍ଷଣୀୟ ଖେଳ ପଦଶ୍ରନ କରିଥିଲେ। ରେଫରି କଳାକାର ସାମଲ, ରମାକାନ୍ତ ନାୟକ, ସୁଧୀର ସେଠୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ। କୁନାଲ ପଣ୍ଡା, ନୀଳମଣି ମଣ୍ଡଳ, ରାଜ କିଶୋର ମିଶ୍ର ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେl

ପ୍ରଥମେ ଢେଙ୍କିକୋଟ ୟୁନିୟନ ବ୍ୟାଙ୍କର ପରିଚାଳିକା ମାନସୀ ପୃଷ୍ଟି, ଢେଙ୍କିକୋଟ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ମହାନ୍ତ, ଶୁକଦେବ ସିଂହ ପ୍ରମୁଖ ଖେଳକୁ ଉଦଘାଟନ କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବରେ ପୁର୍ବତନ ଘଷିପୁରା ବ୍ଲକ୍ ଅଧ୍ୟକ୍ଷ ତଥା ସମାଜସେବୀ ଦେବାଶିଷ ପାତ୍ର, ଏସ କେ ଇମିରାନ, ଅଜିତ୍ କୁମାର ପାଢ଼ୀ, ରଞ୍ଜିତା ରାଉତ ପ୍ରମୁଖ ଖେଳାଳିକୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ। ଭଲି କ୍ଲବ ତରଫରୁ ଦେବାଶିଷ ପାତ୍ର, ମାନସୀ ପୃଷ୍ଟି, ସୁମିତ୍ରା ମହାନ୍ତ, ରଞ୍ଜିତା ରାଉତ, ଅଜିତ୍ ପାଢ଼ୀ, ଏସ କେ ଇମିରନ ପ୍ରମୁଖଙ୍କୁ ମକର ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଥିଲାl ଭଲି ବଲ କମିଟିର ସଭାପତି ଦିଗାମ୍ବର ନାୟକ, ସଂପାଦକ ନିର୍ମଳ ଚନ୍ଦ୍ର ମହାନ୍ତ, କାହ୍ନୁଚରଣ ସାମଲ, ରବିନ୍ଦ୍ର ସାହୁ, ବିଶ୍ବରଂଜନ ପୃଷ୍ଟି, ମହେଶ୍ୱର ସାହୁ , ମନୋଜ ସାହୁ, ରବିନ୍ଦ୍ର ତରାଇ , ବିଜୟ ସାହୁ, ବିଜୟ ପାଲ, ଲକ୍ଷ୍ମୀଧର ସାହୁ ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେl

Comments are closed.