www.samajalive.in
Tuesday, December 9, 2025
16.1 C
Bhubaneswar

ଲ୍ୟାମ୍ପ କର୍ମଚାରୀ ରାଜଧାନୀରେ, ବେପାରୀଙ୍କ କବଜାରେ ଚାଷୀ 

ନବରଙ୍ଗପୁର : ଲ୍ୟାମ୍ପ କର୍ମଚାରୀ ସେମାନଙ୍କ ହକ ପାଇଁ ଏବେ ରାଜଧାନୀରେ ଥିବା ବେଳେ ଏପଟେ ବେପାରୀଙ୍କ କବଜାରେ ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଅଛି ନବରଙ୍ଗପୁର ଜିଲ୍ଲାରେ । ଏକ ମାସରୁ ଉର୍ଦ୍ଧ ହେବ ବିଭିନ୍ନ ଦାବିନେଇ ଲ୍ୟାମ୍ପ କର୍ମଚାରୀ ମାନେ ଧାରଣା ଦେବାସହ କାର୍ୟ୍ୟବନ୍ଦ ଡାକରା ଦେଇ ଜିଲ୍ଲାର ସମସ୍ତ ଲ୍ୟାମ୍ପ କୁ ଠପ କରିଦେଇଛନ୍ତି । ବର୍ଷସାରା କଷ୍ଟ କରିଥିବା ଧାନ ଅମଳ କରି ଧାନକୁ ଜଗିରହିଛନ୍ତି ମଣ୍ଡି କେବେ ଖୋଲିବ । ଏପଟେ ଅନିଶ୍ଚିଚତା ମଧ୍ୟରେ ରହିଅଛି ଧାନ ମଣ୍ଡି । ଲ୍ୟାମ୍ପ କର୍ମଚାରୀଙ୍କ ଧାରଣା ଯୋଗୁଁ ମଣ୍ଡି ଖୋଲିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଜିଲ୍ଲାସ୍ତରୀୟ ପ୍ରକୃପମେଣ୍ଟ କମିଟି ତରଫରୁ ଡିସେମ୍ବର ମାସ ୧୦ ତାରିଖ ଅର୍ଥାତ ଆଜି ମଣ୍ଡି ଖୋଲିବା ପାଇଁ ତାରିଖ ଧାର୍ୟ୍ୟ କରାଯାଇଥିଲା କିନ୍ତୁ ଲ୍ୟାମ୍ପ କର୍ମଚାରୀ ତାଙ୍କ ଜିଦରେ ଅଟଳ ଥିବା ଯୋଗୁଁ ମଣ୍ଡି ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଯୋଗାଣ ବିଭାଗ ତରଫରୁ ସୂଚନା ମିଳିଅଛି । ସବୁବର୍ଷ ଏହି ସମୟରେ ମଣ୍ଡି ଆରମ୍ଭ ହୋଇଯାଇଥାଏ କିନ୍ତୁ ଚଳିତ ବର୍ଷ ଏପର୍ୟ୍ୟନ୍ତ ମଣ୍ଡି ଆରମ୍ଭ ହୋଇନାହିଁ । ଏପଟେ ଅଭିବକ୍ତ କୋରାପୁଟ ଜିଲ୍ଲାର ସମସ୍ତ ସମବାୟ ସମିତିର କର୍ମଚାରୀ ମାନେ ଗତକାଲି ଭୁବନେଶ୍ୱର ଯାଇଛନ୍ତି ଧାରଣା ଦେବାକୁ  । ଏପଟେ ଚାଷୀ ଧାନ ଅମଳ କରି ଜଗି ରହିଛନ୍ତି ମଣ୍ଡି କେବେ ଖୋଲିବ ଏବଂ କେବେ ବିକ୍ରି କରିବ ଏନେଇ ଚିନ୍ତାରେ ଥିବାବେଳେ କିଛି ଚାଷୀ କୋହଲା ପାଗ କୁ ଦେଖି ଏପର୍ୟ୍ୟନ୍ତ ଧାନ ଅମଳ ନ କରି ଖଳାରେ ଧାନ ଗଦା ରଖି ଜଗିରହିଛନ୍ତି । ଚାଷୀ ଙ୍କୁ ମଣ୍ଡି ଖୋଲିବା ଚିନ୍ତା ସାଙ୍ଗକୁ କୋହଲା ପାଗ ଏବେ କଣ୍ଟା ସାଜି ବସିଛି । ମଣ୍ଡିରେ ଧାନ ବିକ୍ରି କରି ସରକାରୀ ଦର ଭାବେ ବେଶ ଦୁଇ ପଇସା ପାଇବା ଆଶା ମଉଳି ଯାଇଛି । ପାଗ ଭୟ ଯୋଗୁଁ ଛୋଟ ଛୋଟ ଚାଷୀ ଅମଳ ଧାନକୁ ଅଳ୍ପ ଦ।ମରେ ବେପାରୀ ଙ୍କ ହାତ ରେ ଟେକି ଦେଉଛନ୍ତି । ସରକାର ଏଦିଗରେ କେଉଁ ପଦକ୍ଷେପକୁ ନେବେ ତାହାକୁ ଚାଷୀ ଅପେକ୍ଷା କରିଛନ୍ତି ବୋଲି ସୂଚନା ମିଳିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories