www.samajalive.in
Saturday, December 6, 2025
26.1 C
Bhubaneswar

ଲ୍ୟାମ୍ପ କର୍ମଚାରୀ ରାଜଧାନୀରେ, ବେପାରୀଙ୍କ କବଜାରେ ଚାଷୀ 

ନବରଙ୍ଗପୁର : ଲ୍ୟାମ୍ପ କର୍ମଚାରୀ ସେମାନଙ୍କ ହକ ପାଇଁ ଏବେ ରାଜଧାନୀରେ ଥିବା ବେଳେ ଏପଟେ ବେପାରୀଙ୍କ କବଜାରେ ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଅଛି ନବରଙ୍ଗପୁର ଜିଲ୍ଲାରେ । ଏକ ମାସରୁ ଉର୍ଦ୍ଧ ହେବ ବିଭିନ୍ନ ଦାବିନେଇ ଲ୍ୟାମ୍ପ କର୍ମଚାରୀ ମାନେ ଧାରଣା ଦେବାସହ କାର୍ୟ୍ୟବନ୍ଦ ଡାକରା ଦେଇ ଜିଲ୍ଲାର ସମସ୍ତ ଲ୍ୟାମ୍ପ କୁ ଠପ କରିଦେଇଛନ୍ତି । ବର୍ଷସାରା କଷ୍ଟ କରିଥିବା ଧାନ ଅମଳ କରି ଧାନକୁ ଜଗିରହିଛନ୍ତି ମଣ୍ଡି କେବେ ଖୋଲିବ । ଏପଟେ ଅନିଶ୍ଚିଚତା ମଧ୍ୟରେ ରହିଅଛି ଧାନ ମଣ୍ଡି । ଲ୍ୟାମ୍ପ କର୍ମଚାରୀଙ୍କ ଧାରଣା ଯୋଗୁଁ ମଣ୍ଡି ଖୋଲିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଜିଲ୍ଲାସ୍ତରୀୟ ପ୍ରକୃପମେଣ୍ଟ କମିଟି ତରଫରୁ ଡିସେମ୍ବର ମାସ ୧୦ ତାରିଖ ଅର୍ଥାତ ଆଜି ମଣ୍ଡି ଖୋଲିବା ପାଇଁ ତାରିଖ ଧାର୍ୟ୍ୟ କରାଯାଇଥିଲା କିନ୍ତୁ ଲ୍ୟାମ୍ପ କର୍ମଚାରୀ ତାଙ୍କ ଜିଦରେ ଅଟଳ ଥିବା ଯୋଗୁଁ ମଣ୍ଡି ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଯୋଗାଣ ବିଭାଗ ତରଫରୁ ସୂଚନା ମିଳିଅଛି । ସବୁବର୍ଷ ଏହି ସମୟରେ ମଣ୍ଡି ଆରମ୍ଭ ହୋଇଯାଇଥାଏ କିନ୍ତୁ ଚଳିତ ବର୍ଷ ଏପର୍ୟ୍ୟନ୍ତ ମଣ୍ଡି ଆରମ୍ଭ ହୋଇନାହିଁ । ଏପଟେ ଅଭିବକ୍ତ କୋରାପୁଟ ଜିଲ୍ଲାର ସମସ୍ତ ସମବାୟ ସମିତିର କର୍ମଚାରୀ ମାନେ ଗତକାଲି ଭୁବନେଶ୍ୱର ଯାଇଛନ୍ତି ଧାରଣା ଦେବାକୁ  । ଏପଟେ ଚାଷୀ ଧାନ ଅମଳ କରି ଜଗି ରହିଛନ୍ତି ମଣ୍ଡି କେବେ ଖୋଲିବ ଏବଂ କେବେ ବିକ୍ରି କରିବ ଏନେଇ ଚିନ୍ତାରେ ଥିବାବେଳେ କିଛି ଚାଷୀ କୋହଲା ପାଗ କୁ ଦେଖି ଏପର୍ୟ୍ୟନ୍ତ ଧାନ ଅମଳ ନ କରି ଖଳାରେ ଧାନ ଗଦା ରଖି ଜଗିରହିଛନ୍ତି । ଚାଷୀ ଙ୍କୁ ମଣ୍ଡି ଖୋଲିବା ଚିନ୍ତା ସାଙ୍ଗକୁ କୋହଲା ପାଗ ଏବେ କଣ୍ଟା ସାଜି ବସିଛି । ମଣ୍ଡିରେ ଧାନ ବିକ୍ରି କରି ସରକାରୀ ଦର ଭାବେ ବେଶ ଦୁଇ ପଇସା ପାଇବା ଆଶା ମଉଳି ଯାଇଛି । ପାଗ ଭୟ ଯୋଗୁଁ ଛୋଟ ଛୋଟ ଚାଷୀ ଅମଳ ଧାନକୁ ଅଳ୍ପ ଦ।ମରେ ବେପାରୀ ଙ୍କ ହାତ ରେ ଟେକି ଦେଉଛନ୍ତି । ସରକାର ଏଦିଗରେ କେଉଁ ପଦକ୍ଷେପକୁ ନେବେ ତାହାକୁ ଚାଷୀ ଅପେକ୍ଷା କରିଛନ୍ତି ବୋଲି ସୂଚନା ମିଳିଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories