www.samajalive.in
Sunday, December 14, 2025
23.1 C
Bhubaneswar

ଆସୁଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ନବରଙ୍ଗପୁର ସ୍ୱାସ୍ଥ୍ୟବିଭାଗ ଅବସ୍ଥା ଶୋଚନୀୟ

ନବରଙ୍ଗପୁର: ପ୍ରଥମଥର ପାଇଁ ରାଜ୍ୟସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଶନିବାରଦିନ ନବରଙ୍ଗପୁର ଗସ୍ତରେ ଆସୁଥିବା ଜଣାପଡିଛି। ଆଦିବାସୀ ଅଧ୍ୟୁସିତ ନବରଙ୍ଗପୁର ଜିଲାରେ ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ରହିଥିବା ବେଳେ ବିଭାଗୀୟ ମନ୍ତ୍ରୀଙ୍କର ଦୃଷ୍ଟି ପଡିବ ବୋଲି ଜିଲାବାସୀ ଆଶା ରଖିଛନ୍ତି। ଜିଲାରେ ମୋଟ ୨୬୫ ଜଣ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୧୦୬ ଜଣ ରହିଛନ୍ତି। ବଳକା ୧୫୯ ଟି ପଦବୀ ଖାଲି ରହିଛି। ସେଥିରୁ ୬୮ ବିଶେଷଞ ମଧ୍ୟରୁ ମାତ୍ର ୧୭ ଜଣ ରହିଥିବାବେଳେ ୫୧ ବିଶେଷଜ୍ଞ ପଦବୀ ପୂରଣ ହୋଇ ପାରୁନାହିଁ। ଫଳରେ ଜିଲାରେ ସ୍ୱାସ୍ଥ୍ୟ ଅବସ୍ଥା ଅତିଶୋଚନୀୟ ହୋଇ ପଡିଛି।

ଜିଲାରେ ଅଧାରୁ ଅଧିକ ଡାକ୍ତର ଓ ବିଶେଷଞ ନଥିବାରୁ ଜିଲାରେରେଗୀ ସେବା ବିପର୍ଯ୍ୟସ୍ଥ ହୋଇ ପଡିଛି। ଜିଲା ମୁଖ୍ୟ ଡାକ୍ତରଖାନାରେ ଉପରେ ୧୪ଲକ୍ଷ ଜିଲାବାସୀ ନିର୍ଭର କରୁଥିବା ବେଳେ ଏଠାରେ ଆବଶ୍ୟକ ବିଶେଷ ଡାକ୍ତର ନଥିବାରୁ ଜିଲାବାସୀ ଉପଯୁକ୍ତ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି। କେବଳ ଜିଲା ମୁଖ୍ୟ ଡାକ୍ତରଖାନାରେ ୨୩ଟି ବିଶେଷଞ ଡାକ୍ତର ମଧ୍ୟରୁ ୧୪ ଜଣ ରହିଥିବା ବେଳେ ୯ଟି ପଦବୀ ଖାଲି ପଡିଛି। ଏମବିବିଏସ ଡାକ୍ତର ୧୭ଟି ପଦବୀରୁ ୧୩ଟି ଖାଲି ରହିଛି। ଏଲଟିଆର ଏମ.ଓ ୩୨ଟି ପଦବୀରୁ ୨୪ଟି ଖାଲି ପହିଛି। ମୋଟ ୭୨ଟି ପଦବୀରୁ ମାତ୍ର ୨୬ ଜଣ ରହିଥିବା ବେଳେ ୪୬ଟି ପଦବୀ ଖାଲି ରହିବା ଏହି ଡାକ୍ତରଖାନାର ପରିସ୍ଥିତିକୁ ସହଜରେ ଅନୁମୟେ କରି ହେଉଛି। ୨୦୦ ଶର୍ଯ୍ୟା ବିଶିଷ୍ଟ ଏହି ଜିଲା ଡାକ୍ତରଖାନୋର ୩ଟି ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଞ ମଧ୍ୟରୁ ୨ଜଣ ରହିଥିବାବେଳେ ଗୋଟିଏ ପଦବୀ ଖାଲି ରହିଛି।

- Advertisement -

ସର୍ଜରୀରେ ୨ରୁ ଗୋଟିଏ ଖାଲି, ଶିଶୁରୋଗ ବିଶେଷଜ୍ଞ ୩ରୁ ୨ଖାଲି, ଭେଷଜ ବିଶେଷଜ୍ଞ ୨ରୁ ଗୋଟିଏ ଖାଲି, ଚକ୍ଷୁ ବିଶେଷଞ ୨ଟି ପଦବୀରୁ କେହି ନାହାନ୍ତି। ଚର୍ମ ରୋଗ ବିଶେଷଜ୍ଞ କେହିନାହାନ୍ତିା ଏନେସ୍‍ଥେସିଆ ଗୋଟିଏ ଖାଲି, ମାନସିକ ରୋଗ ବିଶେଷଜ୍ଞ କେହି ନାହାନ୍ତି। ତେବେ ଅନ୍ତତଃ ପକ୍ଷେ ସମସ୍ତ ବିଭାଗରେ ଅତି କମରେ ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯାଇଥିଲେ ଏହି ଜିଲାବାସୀ ଉପକୃତ ହୋଇ ପାରନ୍ତେ। ଚକ୍ଷୁ, ଚର୍ମ, ମାନସିକ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର ନଥିବା ପରିତାପର ବିଷୟ ହୋଇଛି।

ଏହି ଜିଲା ଡାକ୍ତରଖାନରେ ଦୈନିକ ୫୦୦ରୁ ଅଧିକ ରୋଗୀ ବର୍ହିଃ ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ଆବଶ୍ୟକ ଡାକ୍ତର ଓ ବିଶେଷଜ୍ଞ ନଥିବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଥିବା ଜଣାପଡିଛି। ଏହା ସହିତ ବହୁ ନର୍ସ ଓ ଟେକନିକାଲ ପଦବୀ ମଧ୍ୟ ଖାଲି ରହିଥିବାରୁ ଏହା ସ୍ୱାସ୍ଥ୍ୟ ସେବାରେ ବାଧା ଦେଖାଦେଉଛି। ଏଠାରେ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ଅଧକାଂଶ ରୋଗୀଙ୍କୁ ଏଠାରେ ଚିକିତ୍ସା କରାନଯାଇ ଅନ୍ୟ ବଡଡାକ୍ତରଖାନାକୁ ରେଫର୍‍ କରିବା ଦ୍ୱାରା ଜିଲା ମୁଖ୍ୟଡାକ୍ତରଖାନା ଏବେ ରେଫରାଲ କେନ୍ଦ୍ର ପାଲଟି ଯାଇଥିବା ଜଣାଯାଇଛି।

Hot this week

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

Related Articles

Popular Categories