www.samajalive.in
Sunday, December 14, 2025
26.1 C
Bhubaneswar

ଜାତୀୟ ଦୁଗ୍ଧ ଦିବସ ପାଳିତ

ଚୌଦ୍ୱାର: କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନର କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଆଗ୍ରାହାଟ ପଞ୍ଚାୟତ କୁଜିବର ଗ୍ରାମରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହୋଇ ଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ ଡ. ସୁଜାତା ସେଠୀ, ପ୍ରାଣୀ ବିଜ୍ଞାନ ବିଶେଷଜ୍ଞ ଡା. ରଞ୍ଜନ କୁମାର ମହାନ୍ତ, ପ୍ରାଣୀ ଚିକିତ୍ସକ ଡା.ବିଜୟ କୁମାର ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ବୟସର ପ୍ରାଣୀ ପାଇଁ ଦୁଗ୍ଧର ଆବଶ୍ୟକତା ଉପରେ ଆଲୋଚନା କରି ଦୁଗ୍ଧରେ ଶରୀର ପାଇଁ ଦରକାର ହେଉଥିବା ସମସ୍ତ ଉପାଦାନ ଭରି ରହିଥିବା ଉପସ୍ଥିତ ଲୋକ ମାନଙ୍କୁ ବୁଝାଇଥିଲେ।

ମା’ର କଷକ୍ଷୀର ଶିଶୁ ପାଇଁ ଅମୃତ ସଦୃଷ କାର୍ଯ୍ୟ କରିଥାଏ ବୋଲି ପ୍ରକାଶ କରି ସମସ୍ତେ ଦୁଗ୍ଧ ଉତ୍ପାଦନ ତଥା ସେବନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।ପଞ୍ଚାୟତର ୧୨୭ଜଣ ଶିଶୁ, ମହିଳା ଓ ଚାଷି ଭାଇ ଭଉଣୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଦୁଗ୍ଧର ଉପଯୋଗିତା ସମ୍ପର୍କିତ ତାଲିମ୍‍ ନେଇଥିଲେ। ଶିକ୍ଷାବିତ୍‍ ବାସୁଦେବ ସାହୁ, ରଣଜିତ ରାଉତ, ଧରିତ୍ରୀ ସାହୁ, ରଶ୍ମିତା ବେହେରା, ପ୍ରାଣୀମିତ୍ର ଇତିଶ୍ରୀ ନାୟକ, ବିନିତା ବେହେରା, ମୋନାଲିସା ପାତ୍ର, ମାମିନା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories