www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରତିଶୃତି ପରେ ପ୍ରତ୍ୟାହୃତ ହେଲା କଂଗ୍ରେସର ଗଣଧାରଣା

କଲମପୁର: କଲମପୁର ଅଂଚଳର ସ୍ୱାସ୍ଥ୍ୟ ସେବାର ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ କଲମପୁର ବ୍ଲକ କଂଗ୍ରେସ ତରଫରୁ ଗୁରୁବାର ଠାରୁ ଚାଲିଥିବା ଗଣଧାରଣା ଆନ୍ଦୋଳନ ଶୁକ୍ରବାର ସଂଧ୍ୟାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ପ୍ରତିଶୃତି ପରେ ପ୍ରତ୍ୟାହୃତ ହେଇଛି। କଲମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରର ମାନ୍ୟତା ପାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଭିତିଭୂମି ସୁଦୃଢ ହେଇ ପାରି ନାହିଁ। ଆବଶ୍ୟକ ମୁତାବକ ଶଯ୍ୟା ଅଭାବ କାରଣରୁ ତଳେ ଶୋଇ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିଭଳି ଅନେକ ବୈଦ୍ୟୁତିକ ସରଞ୍ଜାମ ରହିଥିଲେ ମଧ୍ୟ ୩ଫେଜ ବିଦ୍ୟୁତ୍‍ ବ୍ୟବସ୍ଥା ନଥିବାରୁ ରୋଗୀଙ୍କ ସେବାରେ ଲାଗି ପାରୁନାହିଁ ସରଞ୍ଜାମ। ତେଣୁ ତୁରନ୍ତ ଆବଶ୍ୟକ ବିଦ୍ୟୁତ୍‍ ସେବା ଯୋଗାଇଦେବା ପାଇଁ ବ୍ଲକ କଂଗ୍ରେସ ଦାବୀ କରିଥିଲେ।

୮ ଦଫା ବିଶିଷ୍ଟ ଦାବୀ ନେଇ ଶୁକ୍ରବାର ସକାଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ଏହଂ ବି.ଡି.ଓ ପ୍ରଶନ୍ନ କୁମାର ପଟେଲ ଆନ୍ଦୋଳନ ସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରଇଥିଲେ। କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କେହି ଅଧିକାରୀ ଆସି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ଜଣାଇଥିଲେ। ଶେଷରେ ସଂଧ୍ୟାରେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୁ ମାଝୀ, ବରିଷ୍ଠ ସହାୟକ ଅଭୟ କୁମାର ପଣ୍ଡା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସ୍ୱାଇଁ ଆନ୍ଦୋଳନ ସ୍ଥଳରେ ପହଂଚି ଆଲୋଚନା କରିବା ସହ ସମସ୍ତ ଦାବୀ ର ବିଚାର କରାଯାଇ ଆବଶ୍ୟକ ମୁତାବକ ପୁରଣ କରାଯିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେଇଥିଲା। ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଟ ସଭ୍ୟ ସନ୍ତୋଷ କୁମାର ପାଢୀ, ଡାକେଶ୍ୱର ଲହଜଲ ଓ ବେଣୁପାଣି ଦୁର୍ଗା ପ୍ରମୁଖ ଆନ୍ଦୋଳକୁ ସମର୍ଥନ ଜଣାଇ ସାମିଲ ହେଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories