www.samajalive.in
Sunday, December 14, 2025
23.1 C
Bhubaneswar

ବିଭିନ୍ନ ଦାବୀ ନେଇ ଜିଓଟେଗ୍ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

କଲମପୁର: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ରୁରାଲ ଜିଓଟେଗ୍ ୟୁଥ୍ କର୍ମଚାରୀ ସଂଘ ତରଫରୁ ଆଜି ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ସଂଘର ଦାବୀ ମୁତାବକ ଆବାସ ଯୋଜନା ହେଉ କି ମନରେଗା ଯୋଜନା ଏପରିକି ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସରକାରୀ ଯୋଜନାକୁ ସଫଳ ଭାବରେ ରୂପଦେବାରେ ଜିଓଟେଗ୍ କର୍ମଚାରୀ ମାନଙ୍କ ସ୍ୱତନ୍ତ୍ର ଭୂମିକା ରହିଛି।ଏତଦବ୍ୟତୀତ ମଧ୍ୟ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଏହିମାନେ ନିୟୋଜିତ ହୋଇଥାନ୍ତି।ତେଣୁ ମାସିିକ ମାନଦେୟ ସହିତ କାର୍ଯ୍ୟଚିଠା ପ୍ରଦାନ, ପଂଚାୟତ ସ୍ତରରେ ସ୍ୱତନ୍ତ୍ର ପୋଷ୍ଟ(ଡ଼ାଟା ଏଣ୍ଟ୍ରି) ପ୍ରଦାନ,ମାସିକ ଯାତାୟତ ସହାୟତା,ଟ୍ୟାଗ ଅଫିସର ଇନସେଣ୍ଟିଭ ଦିଆଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି।ଏନେଇ ଶୁକ୍ରବାର ଥୁଆମୁଳ ରାମପୁର ବ୍ଲକ ଜିଇଓ ଟ୍ୟାଗ ସଂଘର ସଭାପତି ରଞ୍ଜିତ ନାଏକଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ସରୋଜ ନାଏକ, ସମ୍ପାଦକ ଅଭିରାମ ନାଏକ ଓ ଉପସଭାପତି ତରଙ୍ଗ ନାଏକଙ୍କ ସମେତ ବ୍ଲକ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଦାବୀପତ୍ରଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀଉନ୍ନୟନ ଅଧିକାରୀ ସୁଭକାନ୍ତ ନାୟକଙ୍କୁ ପ୍ରଦାନ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories