ନିଆଁ ଲାଗି ଦୁଇ ବଖରା ଘର ନଷ୍ଟ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରେଚେଟା ପଂଚାୟତ କରିତିଆଗୁଡା ଗ୍ରାମର ଡମ୍ବରୁ ଭତରାଙ୍କ ଘର ଶୁକ୍ରବାର ନିଆଁ ଲାଗି ପୋଡି ନଷ୍ଟ ହୋଇଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲା। ଡମ୍ବରୁ ଦାଦନ କାମ କରିବାକୁ ଯାଇଥିବା ବେଳେ ପତ୍ନୀ କୁଲି କାମ କରିବା ଲାଗି ବାହାରକୁ ଯାଇଥିବା ସମୟରେ ଘରେ ନିଆ ଲାଗିଥିଲା। ନିଆ ଲାଗି ଧାନ, ଚାଉଳ ସହ ନଗଦ ୫ ହଜାର ଟଙ୍କା ପୋଡି ଯାଇଥିବା ଅଭିଯୋଗ ହୋଇଛି।

Comments are closed.