www.samajalive.in
Saturday, December 6, 2025
16.1 C
Bhubaneswar

ତେଲେଙ୍ଗାନାରୁ ନବରଙ୍ଗପୁରର ୮ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର : ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡ୍ଡି ଜିଲାକୁ କାମ କରିବାକୁ ଯାଇଥିବା ନବରଙ୍ଗପୁର ଜିଲାର ୧୧ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି ଜିଲା ପ୍ରଶାସନ। ଏହି ଶ୍ରମିକ ମାନେ ହିମାୟତ ସାଗରର ଏକ ଇଟାଭାଟିରେ କାମ କରୁଥିବାବେଳେ ନିର୍ଯ୍ୟାତନାର ଶୀକାର ହୋଇଥିଲେ। ଜିଲାର ଉମରକୋଟ ଓ ଡାବୁଗାଁ ଅଞ୍ଚଳରୁ ଏହି ଶ୍ରମିକମାନେ କାମ କରିବାକୁ ଯାଇଥିଲେ। ମାଲକାନଗିରି ଦଲାଲ ଛଟୁ ମଣ୍ଡଳ ଏହି ଶ୍ରମିକ ମାନଙ୍କୁ ଅଧିକ ମଜୁରୀ ମିଳିବାର ପ୍ରଲୋଭନରେ ଦେଖାଇ ତେଲଙ୍ଗାନାକୁ କାମ କରିବାକୁ ନେଇଥିଲେ ବୋଲି ଜଣାପଡିଛି। ଇଟାଭାଟି ମାଲିକ ଗତ ୮ ମାସହେଲା ମଜୁରୀ ଦେଇନଥିଲେ । ତେବେ ସେଠାରୁ କୈାଶଳ କ୍ରମେ ୩ଜଣ ଶ୍ରମିକ ନବରଙ୍ଗପୁରକୁ ଖସି ଆସିଥିବାକୁ ସକ୍ଷମ ହୋଇଥିଲେ। ଏ ସଂପର୍କରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହେବା ପରେ ଜିଲାପାଳ ଡଃ. ଅଜିତ୍‍ କୁମାର ମିଶ୍ର ରଙ୍ଗାରେଡ୍ଡି ଜିଲାର ଜିଲାପାଳଙ୍କର ସହିତ ଯୋଗାଯୋଗ କରିଥିଲେ। ଏହାପରେ ଜିଲା ଶ୍ରମ ବିଭାଗର ଏକ ଟିମ ଗତ ୫ ତାରିଖରେ ତେଲଙ୍ଗାନାର ରାଙ୍ଗରରେଡ୍ଡି ଜିଲାକୁ ଯାଇ ସେଠାକାର ଜିଲା ପ୍ରଶାସନ, ଶ୍ରମ ବିଭାଗ ଓ ପୁଲିସର ସହାୟତାରେ ୮ଜଣ ଶ୍ରମିକଙ୍କୁ ଉଦ୍ଧାର ଆଜି ନବରଙ୍ଗପୁର ଆସି ପହଞ୍ଚିଛନ୍ତି। ଶ୍ରମ ବିଭାଗ ପକ୍ଷରୁ ଆନ୍ତରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଛି। ଏସଂପର୍କ ଭାରପ୍ରାପ୍ତ ଜିଲାପାଳ ଭାସ୍କର ରଇତ କହିଛନ୍ତି ଯେ, ଏହି ଶ୍ରମିକ ମାନଙ୍କର ସହିତ ଯୋଗାଯୋଗ କରିବାର କୈାଣସି ସୁଯୋଗ ନଥିବାରୁ ଏକ ଟିମ ସେଠାକୁ ଯାଇଥିଲେ। ଏହି ଉଦ୍ଧାର କରାଯାଇଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ଘରକୁ ଛଡାଯାଇଥିବା କହିଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories