www.samajalive.in
Saturday, December 6, 2025
26.1 C
Bhubaneswar

କାଶ୍ମୀରରେ ଚଳିତ ଋତୁର ପ୍ରଥମ ତୁଷାରପାତ

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ଚଳିତ ଋତୁର ପ୍ରଥମ ତୁଷାର ପାତ ହୋଇଛି । ଜୋତି ଲା ପାସ୍‌ ସମେତ କାଶ୍ମୀର ଉଚ୍ଚ ପାର୍ବତ୍ୟାଞ୍ଚଳରେ ସୋମବାର ତୁଷାର ପାତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଏଥିସହିତ ଗୁଲମାର୍ଗର କାଙ୍ଗଦୁରି, କାରନାର ସାଦନା ଟପ୍‌ ଏବଂ କୁପୱାରାର ଜେଡ-ଗଲି ମାଚିଲରେ ମଧ୍ୟ ତୁଷାର ପାତ ହୋଇଛି । ଉପତ୍ୟକାର ଅନ୍ୟାନ୍ୟ ଭାଗରେ ବର୍ଷା ହୋଇଛି । ଏହି ସମୟରେ ଅନନ୍ତନାଗ ଜିଲାରେ ଥିବା ପବିତ୍ର ଅମରନାଥ ଗୁମ୍ଫା ମନ୍ଦିରରେ ତୁଷାରପାତ ହୋଇଥିବା ଖବର ହସ୍ତଗତ ହୋଇଛି । ଏହାପରେ ସମୁଦାୟ ଜମ୍ମୁ କାଶ୍ମୀର ଓ ଲଦାଖରେ ତାପମାତ୍ରା ହ୍ରାସପାଇଛି । ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ସେଲସିୟସ, ପହଲଗାମରେ ୬.୭, ଗୁଲମାର୍ଗରେ ୧.୫, ଜମ୍ମୁ ୨୦.୧, କାଟ୍ରା ୧୫.୮, ବନିହାଲ ୮.୦ ଏବଂ ଭାଦେରୱାରେ ତାପମାତ୍ରା ୯.୨ ଡିଗ୍ରୀ ସେଲସିସ ରେକର୍ଡ କରାଯାଇଛି । ଲେହରେ ୫.୬ ଇଞ୍ଚ ତୁଷାରପାତ ହୋଇଥିବାବେଳେ ଦ୍ରାସ ସହରରେ ୩.୧ ଇଞ୍ଚ ତୁଷାରପାତ ହୋଇଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories