www.samajalive.in
Friday, December 12, 2025
15.1 C
Bhubaneswar

ନବନିର୍ମାଣ କୃଷକ ସଙ୍ଗଠନର ଡାକରା

ଭୁବନେଶ୍ୱର : ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ, ପେନ୍‍ସନ୍‍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ମାତ୍ର ଏହି ସମୟରେ ମାଟ୍ରିକ ପରୀକ୍ଷାର୍ଥୀ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ବା ଯାତାୟାତରେ କୌଣସି ବାଧା ନଉପୁଜିବ ସେଥିପ୍ରତି ଗୁରୁତ୍ୱ ଦେବୁ ବୋଲି ସଙ୍ଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି। ଅନ୍ୟପକ୍ଷରେ ବସ ପରିବହନ ସଂଘ ପକ୍ଷରୁ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଆସନ୍ତାକାଲି ବସ୍‍ ଚଳାଚଳ ବେଳେ କାଳେ କିଛି ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପାଇଁ ସଂଘ ପକ୍ଷରୁ ସୁରକ୍ଷା ମଗାଯାଇଛି। ଅନ୍ୟପକ୍ଷରେ ବନ୍ଦ ଡାକରା ଯୋଗୁଁ ଯାତ୍ରୀ ନ ହେଲେ ବସ୍‍ ଚଳାଚଳ ଏକ ପ୍ରକାର ବନ୍ଦ
ହେବାର ଆଶଙ୍କା ମଧ୍ୟ ରହିଛି ବୋଲି ସଂଘ ସଭାପତି ପ୍ରକାଶ ମିଶ୍ର କହିଛନ୍ତି। ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଆସନ୍ତାକାଲି ରହିଥିବା ପରୀକ୍ଷାକୁ ସ୍ଥଗିତ ରଖାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟପକ୍ଷରେ ସରକାରୀ କାର୍ଯ୍ୟାଳୟ କିମ୍ବା ସ୍କୁଲ ଓ କଲେଜ ବନ୍ଦ ରହିବ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଅକ୍ଷୟ କୁମାର କହିଛନ୍ତି ଯେ ଚାଷୀ ଆନ୍ଦୋଳନ ଉପରେ ବାରମ୍ବାର ପୁଲିସ ବଳପ୍ରୟୋଗ କରି ୨୦୧୬, ୨୦୧୮, ୨୦୧୯ରେ ଚାଷୀମାନଙ୍କୁ ଅଟକାଇ ଆସୁଛି। ଚାଷୀମାନେ ଦାବି ହାସଲ ପାଇଁ ଆସିଲାବେଳେ ସେମାନଙ୍କୁ ବଳ ପ୍ରୟୋଗ କରି ବହୁବାର ଅଟକାଇବା ଓ ଗିରଫ କରିବା, ସାଧାରଣ କର୍ମୀଙ୍କ ନାମରେ ମିଥ୍ୟା ମୋକଦ୍ଦମା ଦାଏର କରି ସେମାନଙ୍କୁ ଘରୁ ଉଠାଇନେବା ବିରୋଧରେ ନବନିର୍ମାଣ କୃଷକ ସଙ୍ଗଠନ ୨୧ ଫେବୃଆରୀ ବନ୍ଦ ଡାକରା ଦେଇଛି ବୋଲି ସେ କହିଛନ୍ତି। ଏହି ଆନ୍ଦୋଳନ ପ୍ରତି କଂଗ୍ରେସ ଓ ବିଜେପି ସମର୍ଥନ ରହିଥିବା ଘୋଷଣା କରିଥିବାରୁ ପୁଲିସର ଚିନ୍ତା ବଢିଛି। କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଚାଷୀଙ୍କ ସ୍ୱାର୍ଥ ପାଇଁ କୃଷକ ସଂଗଠନ ଆନ୍ଦୋଳନ କରୁଥିବାରୁ ଦଳ ସମର୍ଥନ କରିବ।
ସରକାର ଚାଷୀଙ୍କ ପିଲାଙ୍କ ପରୀକ୍ଷା ନେଇ ମିଛ ଚିତ୍କାର କରୁଛନ୍ତି। ନିଜେ ଗଣଶିକ୍ଷାବିଭାଗ ସଚିବ ୨୨ତାରିଖ ସକାଳୁ ପ୍ରଶ୍ନପତ୍ର କେନ୍ଦ୍ରକୁ ପଠାଯିବ ବୋଲି କହିଥିଲାବେଳେ ଗୃହ ବିଭାଗର ପରୀକ୍ଷା ନେଇ ବେଶୀ ବିବ୍ରତ ହେବାର କାରଣ ନାହିଁ। ସେହିଭଳି ବିଜୁ ଜନତାଦଳର ମୁଖପାତ୍ର ପ୍ରତାପ ଦେବ ଓ ସମ୍ବିତ ପାତ୍ରଙ୍କୁ ସମାଲୋଚନା କରି ସଙ୍ଗଠନ, ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଯେ ଚାଷୀର ଶତ୍ରୁ ଓ ମିତ୍ର ଆମେ ଚିହ୍ନିପାରିଛୁ। ବିଜେଡି ବିରୁଦ୍ଧରେ ଆମେ ଆଗରୁ ଲଢ଼େଇ ଜାରି ରଖିଛୁ ଓ ଚାଷୀର ସ୍ୱାର୍ଥ ପାଇଁ ଆଗକୁ ଲଢ଼େଇ ଅବ୍ୟାହତ ରହିବ ବୋଲି ସେ କହିଛନ୍ତି। ସଂଗଠନ ସହିତ କୌଣସି ପ୍ରକାର ଆଲୋଚନା ନକରି ପରୀକ୍ଷା ଆଳରେ ପ୍ରେସ୍‍ନୋଟ ମାଧ୍ୟମରେ ପ୍ରଥମେ ନିବେଦନ ଓ ପରେ ନାଲିଆଖି ଦେଖାଇବା ଭଳି ତାନାସାହି ସରକାରଙ୍କ ବ୍ୟବହାରରୁ ପ୍ରତିପାଦିତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories