www.samajalive.in
Saturday, December 6, 2025
19.1 C
Bhubaneswar

ଲେଖିବି ଲେଖିବି କହୁଛନ୍ତି; ଲେଖୁନାହାନ୍ତି ଦୀପାଳି

ଝାରସୁଗୁଡ଼ା :ବାପା ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ଲେଖିକି ଦେବି ବୋଲି କିଛି ଦିନ ତଳୁ କହି ଆସୁଛନ୍ତି ପୂର୍ବତନ ବିଧାୟିକା ତଥା ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ; କିନ୍ତୁ ଲେଖୁନାହାନ୍ତି। ଆଜି ନବ ଦାସ ହତ୍ୟାକାଣ୍ଡର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ସେହି ସମାନ କଥା ଦୋହରାଇଛନ୍ତି ଦୀପାଳି। ଝାରସୁଗୁଡ଼ାରେ ଗଣମାଧ୍ୟମକୁ ସେ କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ତାଙ୍କ ପରିବାର ନିଷ୍ପତ୍ତି ନେଇଛନ୍ତି। ଲେଖା ଚାଲିଛି। ଆଉ ସପ୍ତାହେ ଦୁଇ ସପ୍ତାହ ପରେ ସେ ନିଶ୍ଚିିତ ଭାବେ ରାଜ୍ୟ ସରକାରଙ୍କୁ ଲିଖିତ ଅନୁରୋଧ କରିବେ। ତାଙ୍କ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରା ନ ଯାଉ ବୋଲି ଦୀପାଳି କହିଛନ୍ତି। ଦୀପାଳି ଓ ବଡ଼ଭାଇ ବିଶାଳ ଦାସ ଗଲା ୧୫ ତାରିଖ ଏକ ଘରୋଇ ଖବର ଚାନେଲକୁ ସାକ୍ଷାତକାର ଦେବା ବେଳେ ପ୍ରଥମେ ସିବିଆଇ ତଦନ୍ତ କଥା ଉଠାଇଥିଲେ। କିନ୍ତୁ ମୁହଁରେ କହିଲେ ହେବ ନାହିଁ, ଲିଖିତ ଦେବାକୁ ପଡ଼ିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିବାରୁ ଦୀପାଳି ୪ ଦିନ ପରେ ଗତ ୧୯ ତାରିଖ କହିଲେ ଯେ ହଁ, ସେ ଲେଖିକି ଦେବାକୁ ପ୍ରସ୍ତୁତ ଅଛନ୍ତି। ତା’ ପରେ ଆହୁରି ୧୦ ଦିନ ବିତିଯାଇଛି। କିନ୍ତୁ ଦୀପାଳି ରାଜ୍ୟ ସରକାରଙ୍କୁ ଏ ପର୍ଯ୍ୟନ୍ତ ଲିଖିତ ଅନୁରୋଧ କରିନାହାନ୍ତି। ଆଜି ନବ ଦାସଙ୍କ ଦ୍ବିଶ୍ରାଦ୍ଧବାର୍ଷିକୀରେ ସ୍ଥାନୀୟ ଗଣମାଧ୍ୟମ ଏ ବାବଦରେ ପ୍ରଶ୍ନ କରିବାରୁ ସେ ଉତ୍ତର ଦେଇଛନ୍ତି ଯେ, ଲିଖିତ ଦେବାକୁ ତାଙ୍କୁ ଆହୁରି ସପ୍ତାହେ ଦୁଇ ସପ୍ତାହ ସମୟ ଲାଗିବ। ଦୀପାଳିଙ୍କ କଥାକୁ ତାଙ୍କ ମାଆ ମଧ୍ୟ ଦୋହରାଇ ସିବିଆଇ ତଦନ୍ତ ପାଇଁ ପ୍ରଥମ ଥର ପାଇଁ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି।
ଗତ ୧୫ ଦିନ ଭିତରେ ସେ ଏକଥା ତିନି ଥର କହି ସାରିଲେଣି। ପିତାଙ୍କୁ ହତ୍ୟା କରାଯିବାର ଦୀର୍ଘ ଦୁଇ ବର୍ଷ ଧରି ଦୀପାଳି ଚୁପ ଥିଲେ। ପିତୃହତ୍ୟା କଥା ତୁଣ୍ଡରେ ଧରୁ ନ ଥିଲେ। ଏପରିକି ୮ ମାସ ବିଧାୟିକା ଥାଇ ମଧ୍ୟ ବିଧାନସଭାରେ ସେ ଥରେ ମଧ୍ୟ ଏ କଥା ଉଠାଇନଥିଲେ। କ୍ଷମତା ଗଲାପରେ ଓ ତାଙ୍କ ହୋଟେଲରେ ପୁଲିସ ଚଢ଼ଉ ହେବା ପରେ ଦୀପାଳି ପିତୃହତ୍ୟା କଥା ବାରମ୍ବାର ଉଠାଉଥିବା ଲକ୍ଷ୍ୟ କରାଯାଉଛି। ଏପରିକି ତାଙ୍କ ବାପାଙ୍କୁ ଝାରସୁଗୁଡ଼ା ମାଟିରେ ପୁଲିସ ଲଗାଇ ହତ୍ୟା କରାଯାଇଛି ବୋଲି ଦୀପାଳି କିଛିଦିନ ତଳେ କହି ରାଜନୈତିକ ଝଡ଼ ସୃଷ୍ଟି କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories