www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ, N-95 ମାସ୍କ ବିଷୟରେ କିଛି ବିଶେଷ କଥା

କରୋନା ସଂକ୍ରମଣ ବ୍ୟାପିବା ପରେ ମାସ୍କର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଇଛି। କାରଣ ଏହି ଭୂତାଣୁଠାରୁ ରକ୍ଷା ପାଇବାର ସୁବୁଠାରୁ ବଡ଼ ମାଧ୍ୟମ ମାସ୍କ। ମାସ୍କ ପିନ୍ଧିବା ଦ୍ୱାରା ଆମ ନାକ, ପାଟି ସୁରକ୍ଷିତ ରହିଥାଏ। ଫଳରେ କ୍ଷତିକାରୀ ଜୀବାଣୁ, ଭୂତାଣୁ ଆଦି ଆମ ଶରୀର ଭିତରକୁ ସହଜରେ ଯାଇପାରନ୍ତି ନାହିଁ। ତେବେ ମାସ୍କ ବିଭିନ୍ନ ପ୍ରକାରର ଅଛି। ତନ୍ମଧ୍ୟରୁ N-95 ମାସ୍କ ଅନ୍ୟତମ। ଏହା ଏକ ବିଶେଷ ଧରଣର ମାସ୍କ। ଏହାକୁ ପିନ୍ଧିବା ଦ୍ୱାରା ବାୟୁରେ ଘୁରି ବୁଲୁଥିବା କ୍ଷୁଦ୍ର ରୁ କ୍ଷୁଦ୍ର କଣିକା ମାନଙ୍କ ଠାରୁ ଆମ ନାକ, ପାଟି ସୁରକ୍ଷିତ ରହିଥାଏ । ବ୍ୟକ୍ତିଗତ ସୁରକ୍ଷା ରକ୍ଷା ପାଇଁ N-95 ମାସ୍କର ବ୍ୟବହାର କରାଯାଇଥାଏ। ତେବେ ଆସନ୍ତୁ ଆଜି ଜାଣିବା N-95 ମାସ୍କ ବିଷୟରେ କିଛି ଖାସ୍‍ କଥା –

ସର୍ଜିକାଲ ମାସ୍କ ଏକ ଅପେକ୍ଷାକୃତ ଢିଲା, ଡିସପୋଜେବଲ ଯାହାକୁ ପିନ୍ଧିବା ଦ୍ୱାରା ମୁହଁ ଓ ନାକ ଭିତରେ ଏକ ଭୌତିକ ଅବରୋଧ ସୃଷ୍ଟି ହୋଇଥାଏ । ଏହାକୁ ସାଧାରଣତଃ ଡାକ୍ତର, ନର୍ସ ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ରୋଗୀ ମାନଙ୍କ ଚିକିତ୍ସା ସମୟରେ ଅଥବା କୌଣସି ଅପରେସନ କରୁଥିବା ସମୟରେ ବ୍ୟବହାର କରିଥାନ୍ତି । ସର୍ଜିକାଲ ମାସ୍କ ଗୁଡିକ ଭିନ୍ନ ଭିନ୍ନ ମୋଟେଇରେ ବିଭିନ୍ନ ପ୍ରକାର ତରଳ ପଦାର୍ଥ ଠାରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ କରାଯାଇଥାଏ।

- Advertisement -

କିନ୍ତୁ N-95 ମାସ୍କ ଏକ ଶ୍ୱସନ ସୁରକ୍ଷାତ୍ମକ ଉପକରଣ ଯାହାକି ଚେହେରାରେ ଫିଟ ହୋଇ ରହିବା ସହ ଆପଣଙ୍କ ମୁହଁକୁ ଅତି ପାଖରୁ ଘୋଡାଇ ରଖିଥାଏ । କ୍ଷୁଦ୍ର ରୁ କ୍ଷୁଦ୍ର କଣିକା ଗୁଡିକ ପ୍ରବେଶ କରି ପାରନ୍ତି ନାହିଁ । ଏହି ମାସ୍କକୁ ଏପରି ନାମ ଦେବାରେ ମଧ୍ୟ ଏକ ବିଶେଷ କାରଣ ରହିଛି । କାରଣ ଏହି ସ୍ୱତନ୍ତ୍ର ମାସ୍କଟି ୦.୩ ମାଇକ୍ରୋନ ଠାରୁ ବି ଛୋଟ କଣିକାକୁ ୯୫ ପ୍ରତିଶତ ପର୍ୟ୍ୟନ୍ତ ଅବରୋଧ କରିପାରେ। ଯଦି ଠିକ ଭାବେ ଫିଟ କରି ଲଗାଯାଏ ତେବେ N-95 ମାସ୍କର କ୍ଷମତା ଅନ୍ୟ ସାଧାରଣ ମାସ୍କ ଠାରୁ ଅଧିକ ହୋଇଥାଏ । ଏହା ବାୟୁ କଣିକା ଗୁଡିକୁ ଖୁବ କୁଶଳତାର ସହ ବିଶୁଦ୍ଧ କରି ଶରୀର ମଧ୍ୟକୁ ଛାଡ଼ିଥାଏ। ନାକ ଓ ମୁହଁର ଚାରି ପାଖକୁ ସିଲ କରି ରଖିବାରେ ସାହାଯ୍ୟ କରେ। N-95 ମାସ୍କକୁ ସାଧାରଣତଃ ହେଲଥକେୟାର ସେଟିଙ୍ଗ ଉପକରଣ ଗୁଡିକରେ ହିଁ ଉପଯୋଗ କରାଯାଇଥାଏ ।

ଡାକ୍ତରଙ୍କ କହିବା ଅନୁଯାୟୀ ଶ୍ଵାସପ୍ରଶ୍ୱାସ ଜନିତ ସମସ୍ୟା ଥିବା ବ୍ୟକ୍ତି, ହୃଦ ରୋଗୀ ଏହି ମାସ୍କ ବ୍ୟବହାର କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟ ଯାଞ୍ଚ କରାଇନେବା ନିହାତି ଆବଶ୍ୟକ ତଥା ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।। ଶ୍ୱାସନଳୀ କ୍ଷତିଗ୍ରସ୍ତ ହୋଇଥିବା ରୋଗୀମାନେ ମଧ୍ୟ ଏହାକୁ ବ୍ୟବହାର କରିବା ଅନୁଚିତ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories