www.samajalive.in
Sunday, December 7, 2025
15.1 C
Bhubaneswar

ଲଘୁ ବନ୍ୟଜାତ ଉତ୍ପାଦ ସଂଗ୍ରହକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଲଘୁ ବନ୍ୟଜାତ ଦ୍ରବ୍ୟ (ଏମଏଫପି) ସଂଗ୍ରହ ବୃଦ୍ଧି କରିବା ଲାଗି ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ବିଶେଷ କରି କୋଭିଡ-୧୯ କାରଣରୁ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ନିମନ୍ତେ ଜନଜାତି ବର୍ଗଙ୍କୁ ସହାୟତା କରିବା ତଥା ଏମଏଫପି ସଂଗ୍ରହ ଲାଗି ବର୍ତ୍ତମାନ ଉପଯୁକ୍ତ ସମୟ ଥିବାରୁ ଏହି ପଦକ୍ଷେପ ଗ୍ରହଣ ନିମନ୍ତେ କୁହାଯାଇଛି ।
ଇତିମଧ୍ୟରେ ୧୦ଟି ରାଜ୍ୟରେ ଲଘୁ ବନ୍ୟଜାତ ଉତ୍ପାଦ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବର୍ତ୍ତମାନସୁଦ୍ଧା ୨୦.୩୦ କୋଟି ଟଙ୍କାର ଏମଏଫପି ସଂଗ୍ରହ କରାଯାଇ ସାରିଲାଣି । କୋଭିଡ-୧୯ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା କଷ୍ଟକର ସମୟକୁ ଆଖି ଆଗରେ ରଖି ମେ ପହିଲା, ୨୦୨୦ରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୪୯ଟି ଉତ୍ପାଦ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଫଳରେ ସମ୍ପୂର୍ଣ୍ଣ ଏମଏଫପି ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି ।
ରାଜ୍ୟସ୍ତରରେ ଏମଏଫପି କ୍ରୟ ପ୍ରକ୍ରିୟାର ରିପୋର୍ଟିଂ ନିମନ୍ତେ ଏକ ଅନଲାଇନ ଅନୁଧ୍ୟାନ ଡାସବୋର୍ଡ ବିକଶିତ କରାଯାଇଛି । ଏହାକୁ ବନ ଧନ ମୋନିତ ଡାସବୋର୍ଡ ନାମ ଦିଆଯାଇଛି, ଯାହାକି “ଟ୍ରାଇଫେଡର ଇ-ସମ୍ପର୍କ ସେତୁ”ର ଅଂଶବିଶେଷ । ପ୍ରତ୍ୟେକ ପଞ୍ଚାୟତ ଓ ବନ ଧନ କେନ୍ଦ୍ରକୁ ସୂଚନା ପଠାଇବା ଏବଂ ଗ୍ରହଣ କରିବା ଲାଗି ଏହା ଉପଯୋଗ ହେବ । ଇ-ମେଲ କିମ୍ବା ମୋବାଇଲରେ ସୂଚନା ପଠାଇ ହେବ। ଏଥିରେ ୧୦ ଲକ୍ଷ ଗ୍ରାମ, ଜିଲ୍ଲା ଓ ରାଜ୍ୟସ୍ତରୀୟ ସହଯୋଗୀ, ଏଜେନ୍ସି ଓ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଂଯୁକ୍ତ କରିବା ଲାଗି ଟ୍ରାଇଫେଡ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟସ୍ତରୀୟ ଯୋଜନା କାର୍ୟ୍ୟାନ୍ବୟନ ସଂସ୍ଥାଗୁଡ଼ିକ ସେମାନଙ୍କ ରାଜ୍ୟରେ କାର୍ୟ୍ୟର ପ୍ରଗତି ସମ୍ପର୍କରେ ଡାଶବୋର୍ଡକୁ ଅପଡେଟ କରିବା ଆରମ୍ଭ କରିଦେଲେଣି।
ହାଟ ବଜାରରୁ ଏମଏଫପି ସଂଗ୍ରହ ନିମନ୍ତେ ରାଜ୍ୟଗୁଡ଼ିକ ବନ ଧନ କେନ୍ଦ୍ରଗୁଡ଼ିକୁ ସେମାନଙ୍କ ପ୍ରମୁଖ କ୍ରୟ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ବନଧନ କାର୍ଯ୍ୟକ୍ରମ ଅଧୀନରେ ବନଧନ କେନ୍ଦ୍ର ଗୁଡ଼ିକ ପ୍ରାୟ ୧.୧୧ କୋଟି ଟଙ୍କା ମୂଲ୍ୟର ୩୧.୩୫ ମେଟ୍ରିକ ଟନ ଏମଏଫପି କ୍ରୟ କରିସାରିଛନ୍ତି । ୨୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ପ୍ରଦେଶରେ ୧୧୨୬ଟି ମଞ୍ଜୁରିପ୍ରାପ୍ତ ବନଧନ ବିକ୍ରୟ କେନ୍ଦ୍ର ରହିଛି । ଏଥିରେ ଉଦ୍ୟୋଗୀ ଭାବେ ୩.୬ ଲକ୍ଷ ଜନଜାତି ହିତାଧିକାରୀମାନଙ୍କୁ ଯୋଡ଼ାଯାଇଛି। ୨୨ଟି ରାଜ୍ୟରେ ଥିବା ବନ ଧନ କେନ୍ଦ୍ର ଜରିଆରେ ୧.୧ କୋଟି ଜନଜାତି ପରିବାର ଉପକୃତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories