www.samajalive.in
Thursday, December 11, 2025
16.1 C
Bhubaneswar

ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୋରିଷ ତେଲର ବ୍ୟବହାର

ପ୍ରତ୍ୟେକ ଭାରତୀୟମାନଙ୍କ ରୋଷେଇ ଘରେ ସୋରିଷ ତେଲର ବ୍ୟବହାର କରାଯାଇଥାଏ। ସୋରିଷ ତେଲର ବ୍ୟବହାର ଖାଦ୍ୟ ପ୍ରସ୍ତୁତ ଠାରୁ ଆରମ୍ଭ କରି ବ୍ୟକ୍ତିର ଶରୀର ପାଇଁ ମଧ୍ୟ କରାଯାଇଥାଏ। ଆୟୁର୍ବେଦ ଅନୁଯାୟୀ, ସୋରିଷ ତେଲ ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ସହ ଶରୀରକୁ ଅନେକ ରୋଗ ଠାରୁ ରକ୍ଷା କରେ। ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ପାଇଁ ସୋରିଷ ତେଲ କିପରି ରାମବାଣ ଅଟେ ..

ହୃଦୟ ପାଇଁ ଲାଭଦାୟକ :

- Advertisement -

ଖାଦ୍ୟରେ ସୋରିଷ ତେଲ ବ୍ୟବହାର କରିବା ଦ୍ବାରା ହୃଦଘାତ ହେବାର ସମ୍ଭାବନା କମ ହୋଇଥାଏ। ତେଣୁ ଆପଣ ନିଜ ଖାଦ୍ୟରେ ସର୍ବଦା ସୋରିଷର ବ୍ୟବହାର କରନ୍ତୁ।

ଗଣ୍ଠି ଓ କାନ ବିନ୍ଧାରୁ ମୁକ୍ତି :

ଗଣ୍ଠି ଓ କାନ ବିନ୍ଧୁଥିଲେ ସୋରିଷ ତେଲର ବ୍ୟବହାର କରନ୍ତୁ। ଏହାଦ୍ବାରା ଉପଶମ ମିଳିଥାଏ।

ଓଜମ କମ କରିବାରେ ସହାୟକ :

ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ ସୋରିଷ ତେଲର ବ୍ୟବହାର କରନ୍ତୁ। କାରଣ ସୋରିଷ ତେଲରେ ଭିଟାମିନ, ଥାୟାମାଇନ, ନିୟାସିନ ରହିଛି। ଏହା ଶରୀରରେ ମେଟାବାଲିଜିମ ବୃଦ୍ଧି କରିଥାଏ।

ଭୋକ କରାଇଥାଏ :

ଭୋକ ନ ହେଉଥିଲେ ଖାଦ୍ୟରେ ସୋରିଷ ତେଲ ବ୍ୟବହାର କରନ୍ତୁ। କାରଣ ପେଟରେ ଜୀବାଣୁ କାରଣରୁ ଭୋକ ହୋଇନଥାଏ। ଭୋଜନରେ ସୋରିଷ ତେଲ ବ୍ୟବହାର କରିବା ଦ୍ବାରା ପେଟରେ ଜୀବାଣୁ ଗୁଡିକ ନଷ୍ଟ ହୋଇଯାଆନ୍ତି। ଏହାସହ ପାଚନ ତନ୍ତ୍ର ମଧ୍ୟ ଠିକ ରହିଥାଏ। ଏହାସହ ଭୋକ ସଠିକ ଭାବେ ଲାଗିଥାଏ।

ଦାନ୍ତ ଦରଜରୁ ମୁକ୍ତି ମିଳିଥାଏ :

ଦାନ୍ତ ଦରଜ ଓ ପାଇରିଆ ରୋଗରୁ ମୁକ୍ତି ପାଇବା ପାଇଁ ସୋରିଷ ତେଲ ସହାୟକ ହୋଇଥାଏ। ସୋରିଷ ତେଲରେ ଲୁଣ ମିଶାଇ ତାକୁ ଆଙ୍ଗଠୀ ସାହାର୍ଯ୍ୟରେ ଦାନ୍ତରେ ମାଲିସ କରିବା ଉଚିତ। ଏପରି କରିବା ଦ୍ବାରା ଦାନ୍ତ ମୂଳ ମଜଭୂତ ହେବା ସହ ପାଇରିଆ ରୋଗରୁ ମୁକ୍ତି ମିଳିଥାଏ।

ଓଜନ ବୃଦ୍ଧି କରିବାକୁ ଦେଇ ନଥାଏ :

ସୋରିଷ ତେଲରେ ଥିବା ନିୟାସିନ ଓଜନ ବୃଦ୍ଧି ହେବାକୁ ଦେଇନଥାଏ। ଏହା ଶରୀରରେ କାର୍ଯ୍ୟ କରିବାର କ୍ଷମତାକୁ ବଢାଇଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories