ପୁଣି ଭୁବନେଶ୍ଵରରେ ବାଘ !

0

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ପୁଣି କଲରାପତରିଆ ବାଘ ଆତଙ୍କ। ୨ଦିନ ତଳେ ପଳାସପଲ୍ଲୀ ଅଞ୍ଚଳରୁ ଏକ ବାଘ ଧରାଯାଇଥିବା ବେଳେ ପୁଣି ରଙ୍ଗମାଟିଆ ତଳସାହି ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି। ସ୍ଥାନୀୟ ଜଣେ ବ୍ୟକ୍ତି ବାଘ ଦେଖିଥିବା କହିବା ପରେ ସେହି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି।

prayash

ଖବର ପାଇ ବନ ବିଭାଗ ଟିମ ସେଠାରେ ପହଞ୍ଚି ଅନୁଧ୍ୟାନ କରିଛି। ତଳସାହିର ପାର୍ଶ୍ଵବର୍ତ୍ତୀ ବିଲ ଏବଂ ମାଟିରେ ବାଘର ପାଦ ଚିହ୍ନ ରହିଥିବା ଟିମ୍‌ ଦେଖିବାକୁ ପାଇଛି। ସୂଚନାଯୋଗ୍ୟ, ଦୁଇଦିନ ତଳେ ବନ ବିଭାଗ ଏବଂ ନନ୍ଦନକାନନ ଟିମ ବିମାନବନ୍ଦର କାର୍ଗୋ ଗେଟ ନିକଟରେ ଯନ୍ତା ବସାଇ ଏକ କଲରାପତରିଆ ବାଘକୁ ଧରିଥିଲେ। ପରେ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

kalyan agarbati
Leave A Reply