www.samajalive.in
Sunday, December 7, 2025
14.1 C
Bhubaneswar

ଭିଡିଓ: ଫେସବୁକ୍‌ କମେଣ୍ଟକୁ ନେଇ ଗୀତ କମ୍ପୋଜ କଲେ ଏହି ସଂଗୀତଜ୍ଞ, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଫେସବୁକରେ ଅନେକ ସମୟରେ ଫଟୋ ହେଉ କି ଭିଡିଓକୁ ନେଇ କମେଣ୍ଟ୍‌ସ କରାଯାଏ। କିଏ କାହାକୁ ଗାଳି ଦେଇଥାଏ ତ କିଏ କାହାର ପ୍ରଶଂସା କରିଥାଏ। କିନ୍ତୁ କାନାଡ଼ାର ଜଣେ ସଂଗୀତଜ୍ଞ ଏହି କମେଣ୍ଟଗୁଡ଼ିକୁ ନେଇ ଗୀତ କମ୍ପୋଜ କରିଛନ୍ତି। କେବଳ ଗୀତ କମ୍ପୋଜ କରିନାହାନ୍ତି, ତାହାକୁ ନିଜର ସୁନ୍ଦର ସ୍ବରରେ ବି ଗାଇଛନ୍ତି। ଏହାର ଏକ ଭିଡିଓ ଏକେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ଏହି ସଂଗୀତଜ୍ଞଙ୍କ ନାମ ହେଉଛି ଲୁବେଲିନ୍‌। ନିଜର ଏହି ଦକ୍ଷତା ପାଇଁ ସେ ଏବେ ଇଣ୍ଟରନେଟ୍‌ରେ ଛାଇଯାଇଛନ୍ତି। ଫେସବୁକରେ ବିଭିନ୍ନ ଫଟୋରେ ଦିଆଯାଇଥିବା କମେଣ୍ଟକୁ ସଂଗ୍ରହ କରି ସେ ଏହି ଗୀତ କମ୍ପୋଜ କରିଛନ୍ତି। ନିଜେ ଗୀତ ଗାଉଥିବାର ଏକ ଭିଡିଓ କରି ସେ ଟିକ୍‌ଟିକ୍‌ରେ ବି ପୋଷ୍ଟ କରିଛନ୍ତି। ସେ ଏକ କମେଣ୍ଟକୁ ତାଙ୍କ ଗୀତରେ ସ୍ଥାନିତ କରିଛନ୍ତି, ଯାହାକୁ କ୍ୟାରୋଲିନ ନାମ୍ନୀ ଜଣେ ମହିଳାଙ୍କୁ ଗାଳି ଦେବା ଉଦ୍ଦେଶ୍ୟରେ କରାଯାଇଥିଲା।

- Advertisement -

ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଲେଣି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲୁବେଲିନ୍‌ଙ୍କ ଭିଡିଓରେ କମେଣ୍ଟ ଦେଇ ଲେଖିଛନ୍ତି, ଦୁନିଆରେ ବହୁତ ଗୁରୁତ୍ଵପୂର୍ଣ୍ଣ ଘଟଣା ଘଟୁଛି, କିନ୍ତୁ ମୁଁ ଏହି ଭିଡିଓଟିକୁ ଦେଖିବାକୁ ବେଶ୍‌ ଭଲପାଏ। ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏପରି କରିବା ବନ୍ଦ କରନ୍ତୁ ନାହିଁ। ଅର୍ଥାତ୍‌ ଏପରି ଜାରି ରଖନ୍ତୁ। ଆଉ ଜଣେ ବ୍ୟବହାରକାରୀ କମେଣ୍ଟ କରି ଲେଖିଛନ୍ତି, ଏହି ଗୀତଟି ୨୦୨୦କୁ ବେଶ୍‌ ମୂଲ୍ୟବାନ୍‌ କରିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories