www.samajalive.in
Saturday, December 6, 2025
15.1 C
Bhubaneswar

ମୁରିବାହାଲରେ ୪୮ ଘଣ୍ଟିଆ କର୍ଫ୍ୟୁ

ମୁରିବାହାଲ : ମୁରିବାହାଲ ବ୍ଲକ ସଦର ଗ୍ରାମ ପଂଚାୟତରେ ରବିବାର ସକାଳ ୯ଟା ସମୟରୁ ମଙ୍ଗଳବାର ସକାଳ ୯ଟା ପର୍ଯ୍ୟନ୍ତ ଦୀର୍ଘ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କଲେ ସରପଂଚ। ରବିବାର ଭୋର ୩ଟାରେ ମୁରିବାହାଲ ବ୍ଲକ ନିକଟରେ ବସ ଯୋଗେ ଶହେରୁ ଅଧିକ ଦାଦନ ଶ୍ରମିକ ପହଂଚିଥିଲେ। ସେହି ପ୍ରବାସୀ ଶ୍ରମିକମାନେ ମୁରିବାହାଲ ବ୍ଲକ ପରିସର ଅଂଚଳର କେତେକ ମୁଖ୍ୟ ସ୍ଥାନରେ ବୁଲିଥିବା ଦେଖିବାକୁ ମିଳିଥିଲା। ଏହି ଖବରଟି ସ୍ଥାନୀୟ ଲୋକେ ପ୍ରଶାସନକୁ ତୁରନ୍ତ ଜଣାଇଲା ପରେ ମୁରିବାହାଲ ସରପଂଚ, ତହସିଲଦାର ତଥା ମାଜିଷ୍ଟ୍ରେଟ ନାରାୟଣ ସାହୁ, ଏବିଡିଓ ନରେଶ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସଙ୍ଗେସଙ୍ଗେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କରିବା ପାଇଁ ନିର୍ଣ୍ଣୟ ନେଇଥିଲେ। ଏହା ସହିତ ପହଂଚି ଥିବା  ସେହି ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ତାଙ୍କର ନିଜସ୍ୱ ଗ୍ରାମ ପଂଚାୟତରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରମାନଙ୍କୁ ପଠାଇ ଦେଇଥିଲେ।

ଏହି ଘଟଣାବଳୀକୁ ଦେଖିବାକୁ ଗଲେ ବିଡମ୍ବନାର ବିଷୟ ଏହା ଯେ ଏତେ ସଂଖ୍ୟାରେ ପ୍ରବାସୀ ଶ୍ରମିକ ମୁରିବାହାଲକୁ ଆସୁଥିବା ଖବର ମୁରିବାହାଲ ପ୍ରଶାସନିକ ଅଧିକାରୀଙ୍କ ପାଖରେ କିପରି ନଥିଲା ଏବଂ ମୁରିବାହାଲରେ ନୋଡାଲ ସେଣ୍ଟର ହୋଇଥିଲେ ମଧ୍ୟ କାହିଁକି ପ୍ରବାସୀ ଶ୍ରମିକଙ୍କୁ ନେବା ଆଣିବାରେ ଏଠାରେ କୌଣସି ଯାନବାହାନ ନିୟୋଜିତ କରାଯାଇନାହିଁ, ତାହାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ। ଏତେ ସମ୍ବେଦନଶୀଳ ସମୟରେ ମଧ୍ୟ ବ୍ଲକର ମୁଖ୍ୟ କେତେକ ପ୍ରଶାସନିକ ଅଧିକାରୀ ମୁଖ୍ୟାଳୟରେ ନରହି ଘରକୁ ଚାଲିଯିବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ସମାଲୋଚନା କରାଯାଉଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories