www.samajalive.in
Saturday, December 6, 2025
23.1 C
Bhubaneswar

ନାଇରାରେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା

ଗୁଣପୁର: କିଏ ହତ୍ୟାକଲା ଜଣା ପଡୁନି। କାହିଁକି ହତ୍ୟାହେଲା ସେନେଇ ମଧ୍ୟ କିଛି ସୂଚନା ମିଳୁନି। ହତ୍ୟା ଘଟାଇଥିବା ଅପରାଧିମାନେ ସାମାନ୍ୟ ଖିଅ ମଧ୍ୟ ଘଟଣା ସ୍ଥଳରେ ଛାଡି ନାହାନ୍ତି। ପୁଲିସ ଖୋଜାଖୋଜି କରିବା ବେଳେ ରକ୍ତଛଡା ଆଉ କିଛିବି ପାଇନି। ଏମିତି ଆଶ୍ଚର୍ଯ୍ୟଜନକ ଭାବେ ପଦ୍ମପୁର ବ୍ଳକ ନାଇରା ଗ୍ରାମର ହରିଜନ କଲୋନୀରେ ଗତକାଲି ବିଳମ୍ବିତ ରାତ୍ରରେ ଗୁଳିକରି ଜଣଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ନାମ କିରଣ ଗାଣ୍ଟା ବୋଲି ଜଣା ପଡିଛି। ତେବେ ହତ୍ୟାକାଣ୍ଡର ପାରିପାର୍ଶ୍ବିକ ପରିସ୍ଥିତି କିମ୍ବା ପରିବାର ଲୋକଙ୍କ ସନ୍ଦେହ ଭଳି ସାମାନ୍ୟ ଖିଅ ମଧ୍ୟ ପୁଲିସ ପାଇ ପାରିନି। ଘଟଣା ସ୍ଥଳକୁ ଆସିଥିବା ଅନୁସନ୍ଧାନକାରୀ କୁକୁର ମଧ୍ୟ କୌଣସି ଖିଅ ନପାଇ ଅନୁସନ୍ଧାନ ନକରି ଫେରି ଯାଇଥିବା ଜଣାପଡିଛି। ତେବେ ସାଇଁଟିଫିକ ଦଳ ମୃତ ବ୍ୟକ୍ତିଙ୍କ ରକ୍ତ ନମୁନା ସମେତ ଅନ୍ୟାନ୍ୟ କେତେକ ସାମଗ୍ରୀ ନେଇଯାଇଥିବା ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାତିରେ ଘରେ ସମସ୍ତେ ଶୋଇଥିବା ସମୟରେ ଜୋରରେ ଶବ୍ଦ ହେବାରୁ ପରିବାର ଲୋକେ ଆସି ଦେଖିବା ବେଳକୁ କିରଣ ଶୋଇଥିବା ଘରେ ଧୁଆଁଭରି ହୋଇଯାଇଛି। କିଛି କାହାକୁ ଦେଖାଯାଉ ନଥିଲା। କିଛି ସମୟ ପରେ କିରଣ ମୁଣ୍ଡରେ ଗୁଳି ବାଜି ରକ୍ତ ବୋହୁଥିବା ଓ ତାର ପ୍ରାଣବାୟୁ ଉଡିଯାଇଥିବା ଜଣା ପଡିଥିଲା। ଖବର ପାଇ ସକାଳୁ ଗୁଡାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲା। ଅନେକ ଖୋଜାଖୋଜି ପରେ ମଧ୍ୟ କୌଣସି ଗୁଳି ପାଇନଥିଲା। ପରେ ଗୁଣପୁର ଏସଡିପିଓ ରାଜ କିଶୋର ଦାସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଦଳ ଓ ଅନୁସନ୍ଧାନୀ କୁକୁରର ମାଷ୍ଟର ସହ ଆଲୋଚନା କରିଥିଲେ ହେଁ କିଛି ଖୋରାକ୍‍ ପାଇ ନଥିଲେ। ଅଧିକ ତଦନ୍ତ ପରେ ହତ୍ୟାକାରୀ ଧରା ପଡିବ ବୋଲି ଏସଡିପିଓ କହିଥିଲେ।

- Advertisement -

ଅପରପକ୍ଷରେ କିରଣଙ୍କ ସହ ରାତିରେ ଘରେ ଥିବା ତାଙ୍କ ସ୍ତ୍ରୀ କିନ୍ତୁ ମୋ ସ୍ୱାମୀର ପୁର୍ବରୁ କେହି ଶତ୍ରୁ  ନଥିଲେ, ଆମେ କାହା ଉପରେ ସନ୍ଦେହ କରୁନୁ ଓ ରାତିରେ କିଏ ଘରକୁ ଆସି ହତ୍ୟାକଲେ ଆମେ ଦେଖି ପାରିଲୁନି ବୋଲି କହିଛନ୍ତି। ତେବେ କିରଣର ଦୁଇ ଜଣ ସ୍ତ୍ରୀ ଥିବାରୁ କାଳେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରି ପୁଲିସ ତଦନ୍ତ ଆଗକୁ ବଢାଉଥିବା ସୂଚନା ମିଳିଛି। ଏସବୁ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଏବେ ଗଞ୍ଜେଇ ବ୍ୟବସାୟ ବହୁତ ପରିମାଣରେ ବଢୁଥିବା ବେଳେ ତାକୁନେଇ ଅପରାଧ ମଧ୍ୟ ବଢିବାରେ ଲାଗି ଥିବାରୁ ଗଞ୍ଜେଇ ବ୍ୟବସାୟ ସହ ମଧ୍ୟ ସମ୍ପର୍କ ରହିଥିବା ନେଇ ସ୍ଥାନୀୟ ଲୋକେ ଟୁପୁରୁ ଟାପୁରୁ ହେଉଥିଲେ ମଧ୍ୟ ସେନେଇ ପରିବାର ଲୋକେ କିମ୍ବା ପୁଲିସ ମୁହଁରୁ କିଛି ବାହାରିନାହିଁ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories