www.samajalive.in
Sunday, December 7, 2025
26.1 C
Bhubaneswar

ବୁର୍ଲା ସେଣ୍ଟର ଲାଇନ ହତ୍ୟାକାଣ୍ଡ ଘଟଣା; ପୁଣି ଜଣେ ଆକ୍ରମଣକାରୀକୁ ଗିରଫ୍‍ କଲା ପୁଲିସ

ବୁର୍ଲା : ବୁର୍ଲା ସେଣ୍ଟର ଲାଇନରେ ଗତ ମଙ୍ଗଳବାର ଦିନ ରାତିରେ ଲୋମହର୍ଷଣ କାରୀ ଗୋଷ୍ଠୀ ସଂଘର୍ଷ ଘଟଣାରେ ଦୁଇଜଣଙ୍କ ଶୋଚନୀୟ ଭାବରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣ ଗୁରତର ଆହତ ହୋଇଥିଲେ । ଆଜି ବୁର୍ଲା ପୁଲିସ ପୁଣି ଜଣେ ଅପରାଧିଙ୍କୁ କାବୁ କରିବାରେ ସମର୍ଥ ହୋଇଥିବା ବୁର୍ଲା ଏସ୍‍ଡିପିଓ ଶିଶୁରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ୍‍ ଅଭିଯୂକ୍ତ ଜଣକ ଏହି ଆକ୍ରମଣ ଘଟଣାର ମୂଖ୍ୟ ଅଭିଯୁକ୍ତ ସଞ୍ଜିବ ସୁନାଙ୍କ ସାନ ଭାଇ ଲକ୍ଷ୍ମୀକାନ୍ତ ସୁନା(୨୯) ବୋଲି ଜଣାପଡିଛି। ତେବେ ଏହାକୁ ମିଶାଇ ସମୁଦାୟ ଗିରଫଦାରି ସଂଖ୍ୟା ୫ରେ ପହଞ୍ଚିଛି। ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଟିମ୍ ଗଠନ କରି ଚଢାଉ ଅଭିଯାନ ଜାରି ରଖିଥିବା ବୁର୍ଲା ପୁଲିସ ସୂତ୍ରରୁ ସୂଚନା ଦିଆଯାଇଛି। ତେବେ ଆଜି ଗିରଫ୍‍ ହୋଇଥିବା ଲକ୍ଷ୍ମୀକାନ୍ତକୁ ଧରିବା ପାଇଁ ପୁଲିସ ଗତକାଲିଠାରୁ ଉଦ୍ୟମ ଜାରି ରଖିଥିବାବେଳେ ପୁଲିସକୁ ଆତ୍ମଗୋପନ କରିଥିବା ସ୍ଥାନ ପରିବର୍ତ୍ତନ କରି ଚାଲିଛନ୍ତି। ତେବେ ଅପରାଧି ଆଜି ସକାଳ ସମୟରେ ଲକ୍ଷ୍ମିକାନ୍ତ ଗାଁ ବୁର୍ଲା ନିକଟରେ ଏକ ପଲସର ବାଇକରେ ଯାଉଥିବା ବେଳେ ପୁଲିସ ତାକୁ ଘେରିଥିଲା।ପୁଲିସ ତାକୁ ପିଛା କରୁଥିବା ଜାଣିପରି ଲକ୍ଷ୍ମୀକାନ୍ତ ବାଇକକୁ ଛାଡି ଦୌଡି ପଲାଇବା ପାଇଁ ଉଦ୍ୟମ କରିଥିଲା ହେଲେ ଏଥିରେ ବିଫଳ ହୋଇ ଧରା ପଡ଼ିଥିଲା। ଏହାପରେ ପୁଲିସ ତାକୁ କାବୁ କରିଥିବା ଜଣାପଡିଛି।
ସୂଚନା ଥାଉ କି, ଗତ ୧୦ ତାରିଖ ଦିନ ରାତ୍ରି ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ବୁର୍ଲା ସେଣ୍ଟର ଲାଇନରେ ପ୍ରଥମେ ବଚସା ଯୁକ୍ତିତର୍କ ଏବଂ ପରେ ସଂଘର୍ଷ ଘଟିଥିଲା। ତେବେ ବିପକ୍ଷ ଗୋଷ୍ଠୀ ଆକ୍ରମଣରେ ବିଶୋଇ ପରିବାରର ପାଞ୍ଚ ଜଣଙ୍କୁ ଦୁର୍ବୁତ୍ତ ମାନେ ମରଣାନ୍ତକ ଭାବରେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ତେବେ ଏହି ମରଣାନ୍ତକ ଆକ୍ରମଣରେ ସେଣ୍ଟର ଲାଇନ କଲୋନିର ବୁଲୁ ବିଶୋଇ ଏବଂ ତାଙ୍କ ସାନ ଭାଇ ମୁନା ବିଶୋଇଙ୍କ ଶୋଚନୀୟ ଭାବରେ ବୁର୍ଲା ଭିମସାରରେ ମୃତ୍ୟୁ ଘଟିଥିବାବେଳେ ବାପା ପତବାଶ ବିଶୋଇ ଓ ମାତା ସଙ୍ଗିତା ବିଶୋଇ ଏବଂ ତାଙ୍କ ସହିତ ଜଣେ ସମ୍ପର୍କିୟ ନରେନ୍ଦ୍ର ଭାଣ୍ଡେକର ଗୁରୁତର ହୋଇ ବର୍ତ୍ତମାନ ମଧ୍ୟ ବୁର୍ଲା ଭିମସାରରେ ଚିକିତ୍ସାଧିନ ରହିଛନ୍ତି। ହତ୍ୟା ଘଟଣାରେ ପ୍ରାୟ ୧୮ ରୁ ୨୦ ଜଣଙ୍କ ନାମ ସମ୍ପୃକ୍ତି ରହିଥିବାବେଳେ ଗତକାଲି ଘଟଣାର ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚାରିଜଣ ସଞ୍ଜୀବ ସୁନା, ଶିବୁ ଛତ୍ରୀଆ, ଆଶିଷ କୁମାର ମେହେର ଏବଂ ରାକେଶ ଶାସନିଙ୍କୁ ଗିରଫ କରିଥିଲା ବୁର୍ଲା ପୁଲିସ। ତେବେ ବର୍ତ୍ତମାନ ସୁଦ୍ଧା ସେଣ୍ଟରଲାଇନ ଅଞ୍ଚଳରେ ଦୁଃଖ ସହିତ ସାମାନ୍ୟ ଉତ୍ତେଜନାର ମାହୋଲ ଲାଗି ରହିଛି। ମାତ୍ର ଏହା ଉପରେ ପୁଲିସ ନଜର ରଖିଥିବା ଜଣାପଡିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories