www.samajalive.in
Friday, December 5, 2025
26.1 C
Bhubaneswar

ଲୋମଟାଙ୍କୁରା ଘଟଣା ; ୩୦ ମିନିଟ ମଧ୍ୟରେ ୫ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଗୁରୁଗ୍ରାମରେ ହତ୍ୟାକାଣ୍ଡର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିବା ମାତ୍ରେ ସଭିଁଙ୍କ ଲୋମ ଟାଙ୍କୁରି ଉଠିବ। ଜଣେ ଅବସରପ୍ରାପ୍ତ ସୈନ୍ୟ ୩୦ ମିନିଟ ମଧ୍ୟରେ ୫ ଜଣଙ୍କୁ ହତ୍ୟା କରିଥିବା ନେଇ ଖବର ମିଳିଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ମଧ୍ୟ ରହିଛନ୍ତି।
ତଦନ୍ତ କରିବା ସମୟରେ ଅଭିଯୁକ୍ତ ଜଣଙ୍କ କହିଛନ୍ତି, ପିଲାଙ୍କ ଲାଳନପାଳନ ପାଇଁ କେହି ଜୀବିତ ନଥିବାରୁ ଶିଶୁଙ୍କୁ ମଧ୍ୟ ହତ୍ୟା କରିଛି। ଅଭିଯୁକ୍ତକୁ ଗିରଫ କରାଯିବା ସହ ବର୍ତ୍ତମାନ ତଦନ୍ତ ଜାରି ରହିଛି।
ସୂଚନା ଯୋଗ୍ୟ, ଅଭିଯୁକ୍ତ ଜଣକ ଜାନୁଆରୀରେ ନିଜ ବୋହୂକୁ ଭଡାଟିଆ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ସେହି ସମୟରୁ ସେ ରାଗରେ ରହିଥିଲେ। ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ଅଭିଯୁକ୍ତ ନିଜ ପୁଅକୁ ଅନ୍ୟ ସ୍ଥାନକୁ ପଠାଇଥିଲେ। ପୁଲିସ ଏବେ ଏନେଇ ତଦନ୍ତ ଜାରି ରଖିଛି ବାସ୍ତବରେ ତାଙ୍କ ପୁଅକୁ କେଉଁ ସ୍ଥାନକୁ ପଠାଇଥିଲେ କି ନାହିଁ।
ରାତି ପ୍ରାୟ ୧୧ଟାରେ ଅଭିଯୁକ୍ତ ଜଣଙ୍କ ଧାରୁଆ ଅସ୍ତ୍ର ଓ ଘାସକଟାଯାଉଥିବା ବଡ ଛୁରୀ ନିଜ ପାଖରେ ରଖି ଘରର ଲାଇଟ ବନ୍ଦ କରିବା ପରେ ରାତି ୨ଟା ସମୟରେ ନିଜ ବୋହୂ କକ୍ଷକୁ ଯାଇ କବାଟ ବାଡେଇଥିଲେ। କବାଟ ଖୋଲିବା ପରେ ସେ ନିଜ ବୋହୂ ଉପରେ ଛୁରୀ ଦ୍ୱାରା ବାରମ୍ବାର ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ବୋହୂର ମୃତ୍ୟୁ ହୋଇଥିଲା।
ବୋହୂର ମୃତ୍ୟୁ ହେବା ପରେ ୨ଟା୨୦ରେ ସିଢିରେ ଯାଇ ଅଭିଯୁକ୍ତ ଉକ୍ତ ଭଡାଟିଆ ଘରକୁ ଯାଇଥିଲେ। କବାଟ ଖୋଲିବା ମାତ୍ରେ ସେ ଭଡାଟିଆଙ୍କୁ ମଧ୍ୟ ଆକ୍ରମଣ କରି ହତ୍ୟା କରିଥିଲେ। ୧୦ ମିନିଟ ପରେ ୨ଟା ୩୦ରେ ଅଭିଯୁକ୍ତ ଉକ୍ତ ଭଡାଟିଆଙ୍କ ପତ୍ନୀଙ୍କୁ ମଧ୍ୟ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ। ଏହାପରେ ନିକଟ କକ୍ଷରେ ଥିବା ୨ ପିଲାମାନଙ୍କୁ ମଧ୍ୟ ଛୁରୀ ଦ୍ୱାରା ହତ୍ୟା କରିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories