www.samajalive.in
Saturday, December 6, 2025
17.1 C
Bhubaneswar

ବିହାରରେ ଭିଡ଼ ହିଂସା; ହତ୍ୟା ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ ଲୋକେ

ବିହାରର ସମସ୍ତିପୁର ଜିଲାରେ ଭିଡ଼ ହିଂସା ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକକୁ ଲୋକମାନେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଯୁବକ ଜଣକ ଏକ ହତ୍ୟା ଘଟଣାର ଅଭିଯୁକ୍ତ ଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାର ଶିକାର ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ସମସ୍ତିପୁର ଜିଲା ବିଭୂତିପୁରର ବୋରିଆ ଅଞ୍ଚଳରେ ସୋନୁ କୁମାର ନାମକ ଜଣେ ଯୁବକ ଗତ ୧୪ ତାରିଖରେ ନିଖୋଜ ହୋଇଯାଇଥିଲା। ଅନେକ ଖୋଜାଖୋଜି କରିବା ପରେ ବି ତା’ର ପତ୍ତା ମିଳିଲା ନାହିଁ। ସୋନୁର କାହା ସହିତ କିଛି ବିବାଦ ନ ଥିବା ତା’ ବାପା ମହେଶ ମହେତୋ କହିଥିଲେ। ତଥାପି ପୁଅକୁ ଅପହରଣ କରିନିଆଯାଇଥିବା ନେଇ ସେ ଅନେକ ଲୋକଙ୍କୁ ସନ୍ଦେହ କରୁଥିଲେ।

- Advertisement -

ଆଜି ସକାଳେ ବୋରିଆ ଡିହସ୍ଥିତ ବୁଢ଼ୀ ଗଣ୍ଡକ ନଦୀ କୂଳରୁ ସୋନୁର ମୃତଦେହ ମିଳିଥିଲା। ତା’ର ହାତଗୋଡ଼ ବନ୍ଧା ହୋଇଥିଲା ଏବଂ ବେକରେ ଦଉଡ଼ି ବନ୍ଧାଯାଇଥିଲା। କୁହାଯାଉଛି ଯେ ସୋନୁର ମୃତଦେହକୁ ନଦୀ କୂଳରେ ବାଲିରେ ପୋତି ଦିଆଯାଇଥିଲା। କୌଣସି ଜୀବଜନ୍ତୁ ବାଲି ଖୋଳିଦେବା ପରେ ମୃତଦେହ ନଜର ଆସିଥିଲା।

ସୋନୁର ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ପୁଲିସ ଠିକ୍‌ ସମୟରେ ପଦକ୍ଷେପ ନ ନେବାରୁ ସୋନୁକୁ ହତ୍ୟା କରାଗଲା ବୋଲି ଲୋକେ ଅଭି​ଯୋଗ କରିଥିଲେ। ସୋନୁକୁ ଅପହରଣ କରିଥିବା ସନ୍ଦେହରେ ସୋନୁ ରାୟ ନାମକ ଜଣେ ଯୁବକକୁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ।

ଲୋକଙ୍କ ମାଡ଼ ସହି ନ ପାରି ଘଟଣାସ୍ଥଳରେ ଅଭିଯୁକ୍ତର ମୃତ୍ୟୁ ଘଟିଥିଲା। ଏହା ସହିତ ଅନ୍ୟ ଜଣେ ଅଭିଯୁକ୍ତକୁ ବି ପିଟି ପିଟି ଗୁରୁତର କରିଦେଇଥିଲେ। ପୁଲିସ ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories