www.samajalive.in
Saturday, December 6, 2025
19.1 C
Bhubaneswar

ନବରଙ୍ଗପୁର ବିଧାୟକଙ୍କ ଦ୍ୱାରା ମ୍ୟୁନିସିପାଲଟି ତରଫରୁ ପ୍ରସ୍ତୁତ ‘ମୋ ଖତ’ର ଶୁଭାରମ୍ଭ

ନବରଙ୍ଗପୁର: ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଆଜି ମ୍ୟୁନିସିପାଲଟି ତରଫରୁ ପ୍ରସ୍ତୁତ ‘ମୋ ଖତ’ର ଶୁଭାରମ୍ଭ କରିଛନ୍ତି। ନବରଙ୍ଗପୁର ପୌର ପରିଷଦ କାର୍ୟ୍ୟାଳୟ ପରିସରରେ ନୂତନ ଭାବରେ ସ୍ଥାପନ କରାଯାଇଥିବା ଖତ ପ୍ରସେସିଙ୍ଗ ୟୁନିଟ ରୁ ପ୍ରସ୍ତୁତ ମୋ ଖତକୁ ବିଧାୟକ ଶୁଭାରମ୍ଭ କରିବା ସହ ୩ଜଣ ଚାଷୀଙ୍କୁ ଏହି ଖତ ମାଗଣାରେ ପ୍ରଦାନ କରିଥିଲେ। ଏହି ଖତର ଦାମ କମ ଥିବାବେଳେ ଏହି ଖତ ବ୍ୟବହାର କରି ଚାଷୀ ବେଶ ଲାଭବାନ ହୋଇ ପାରିବେ ବୋଲି କହିଥିଲେ। ନବରଙ୍ଗପୁର ପୌର ନିର୍ବାହୀ ଅଧିକାରୀ ଗୌରାଙ୍ଗ ଚନ୍ଦ୍ର ପଟନାୟକ ଏହି ଖତ ତିଆରି କରିବାକୁ ହେଲେ ସ୍ଥାନୀୟ ଲୋକେ ଯେଉଁ ଅଳିଆ ଆବର୍ଜନା ଫୋପକ୍ଷଡୁଛନ୍ତି ସେହି ଅଳିଆ ଆବର୍ଜନାକୁ କିଛିଦିନ ରଖି ତହିଁରୁ ଏହି ମୋ ଖତ ପ୍ରସ୍ତୁତ କରାଯାଉଥିବା କହିଥିଲେ। ଏହି ଅବସରରେ ନବରଙ୍ଗପୁର ମ୍ୟୁନ୍ସିପାଲଟି ତରଫରୁ ଏମ୍ପସ ମେସିନର ମଧ୍ୟ ଶୁଭାରମ୍ଭ କରିଥିଲେ । ଏମ୍ପସ ମେସିନ କାର୍ୟ୍ୟାଳୟରେ ବ୍ୟବହାର କରିବା ଦ୍ୱାରା ଲୋକେ ଅନଲାଇନରେ ଟଙ୍କା ପୈଠ କରିବାର ସୁଯୋଗ ପାଇ ପାରିବେ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ।

ନବରଙ୍ଗପୁର ସହରରେ ଲୋକଙ୍କ ମନରଞ୍ଜନ ଏବଂ ଆକୃଷ୍ଟ କରିବା ପାଇଁ ନବରଙ୍ଗପୁର ସଦାଶିବ ପାର୍କ ନିକଟରେ ବଡ଼ଆକାରର ଆଇ ଲଭ ନବରଙ୍ଗପୁରର ପ୍ରତିକୃତି ସ୍ଥାପନ କରିବାର ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହାର ଏକ ଡେମୋ ଛୋଟ ପ୍ରତିକୃତି ଆଇ ଲଭ ନବରଙ୍ଗପୁରର ଶୁଭ ଉଦଘାଟନ କରାଯାଇଛି । ଏହି ଛୋଟିଆ ପ୍ରତିକୃତିକୁ ବର୍ତମାନ ପୌର କାର୍ୟ୍ୟାଳୟ ପରିସରରେ ରଖାଯାଇଥିବା ବେଳେ ଏହି ପ୍ରତିକୃତିକୁ ବିଭିନ୍ନ ସମୟରେ ସହରର ମୁଖ୍ୟ ସ୍ଥାନ ମାନଙ୍କରେ ରଖିବା ପାଇଁ ନିଷ୍ପତି ନିଆଯାଇଥିବା କହିଥିଲେ। ଆଜିର ଏହି କାର୍ୟ୍ୟକ୍ରମରେ ବିଧାୟକଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ପୂର୍ବତନ ମ୍ୟୁନିସିପାଲଟି ଚେୟାରମ୍ୟାନ ପ୍ରହଲ୍ଲାଦ ତ୍ରିପାଠୀ, ଜ୍ୟୋତି ପରିଛାଙ୍କ ସହ ମ୍ୟୁନିସିପାଲଟିର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories