www.samajalive.in
Saturday, December 6, 2025
17.1 C
Bhubaneswar

କେନ୍ଦ୍ରାପଡ଼ାରେ ଟ୍ରିପଲ୍‍ ମର୍ଡ଼ର

ପାଟରକୁରା : କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ମଦ ପିଇ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀ ହେଲା ବିକ୍ରମ ଦାସ। ମୃତକମାନେ ହେଲେ ଧୃବ ଦାସ, ତାଙ୍କ ସ୍ତ୍ରୀ ସରସ୍ୱତୀ ଦାସ ଓ ଝିଅ ପ୍ରତିମା ଦାସ। ଏମାନେ ସମସ୍ତେ ଗୋଟିଏ ପରିବାରର। ଧୃବ ଓ ସରସ୍ୱତୀ ବିକ୍ରମର ସମ୍ପର୍କୀୟ ଜେଜେବାପା, ଜେଜେ ମା’ ଓ ପ୍ରତିମା ତାଙ୍କ ପିଉସୀ ଥିଲେ।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବିକ୍ରମ ଅତ୍ୟଧିକ ମଦ୍ୟ ପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଥିଲା। କୌଣସି କାରଣରୁ ବିକ୍ରମ ଓ ତା ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।  ଏଥିରେ ବିକ୍ରମ ଉତ୍ତ୍ୟକ୍ତ ହୋଇ ଏକ କୋଦାଳରେ ତା’ ସ୍ତ୍ରୀକୁ ମାରିଥିଲା। ବିକ୍ରମର ବାପା ଅକ୍ଷୟ ଏବଂ ମା’କେତକୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ପରିବାର ଲୋକେ ଜୀବନ ବଞ୍ଚାଇବାକୁ ପଳାଇବାରୁ ବିକ୍ରମ ଧୃବ, ସରସ୍ୱତୀ ଓ ପ୍ରତିମାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଧୃବ ଓ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରତିମାଙ୍କୁ ବଡ଼ ମେଡ଼ିକାଲକୁ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ମା’ କେତକୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଜମିବାଡ଼ି ବିବାଦକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତକୁ ପାଟକୁରା ପୁଲିସ ଗିରଫ କରି ପଚରାଉଚରା ଆରମ୍ଭ କରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories