www.samajalive.in
Friday, December 5, 2025
20.1 C
Bhubaneswar

ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା 

ବୌଦ୍ଧ : ଧାରୁଆ ଅସ୍ତ୍ରରେ ହାଣି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଯୁବକ ଜଣକ ହରଭଙ୍ଗା ବ୍ଲକ ସରସରା ଗ୍ରାମର ଅନ୍ତର୍ଯ୍ୟାମୀ ସ୍ୱାଇଁ(୩୨) ବୋଲି ଜଣାପଡିଛି। ଖବରପାଇ ବୌଦ୍ଧ ଟାଉନଥାନା ପୁଲିସ ଘଟଣାସ୍ଥଳରୁ ଅନ୍ତର୍ଯ୍ୟାମୀଙ୍କ ମୃତଦେହ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ତପସ୍ୱୀନି କଁହର କହିଛନ୍ତି। ତେବେ ଅନୈତିକ ସମ୍ପର୍କକୁ କେନ୍ଦ୍ରକରି ଏହି ହତ୍ୟା ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ସରସରା ଗ୍ରାମର ଅନ୍ତର୍ଯ୍ୟାମୀ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି। ଅନ୍ତର୍ଯ୍ୟାମୀଙ୍କ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଥଲା ବେଳେ ମହିଳାଙ୍କୁ କିଛିମାସ ପୂର୍ବରୁ ଫେରାର ହୋଇଯାଇଥିଲେ। ତାଙ୍କୁ ଫେରାଇ ଆଣିବାକୁ ଯାଇଥିବା ମହିଳାଙ୍କ ପରିବାରକୁ ଅନ୍ତର୍ଯ୍ୟାମୀ ଗାଳିଗୁଲଜ କରିଥିଲେ। ଅନ୍ୟ ପକ୍ଷରେ ମହିଳା ଜଣକ ମଧ୍ୟ ପରିବାର ସହ ଫେରିବାକୁ ମନା କରିଦେଇଥିଲେ। ଫେରିବା ବେଳେ ମହିଳାଙ୍କ ପରିବାର ଅନ୍ତର୍ଯ୍ୟାମୀଙ୍କୁ ହତ୍ୟା ଧମକ ଦେଇ ଆସିଥିଲେ। ଗାଁକୁ ଫେରିଲେ ତାଙ୍କୁ ହତ୍ୟା କରିବେ ବୋଲି କହିଥିଲେ। ଗତକାଲି ଅନ୍ତର୍ଯ୍ୟାମୀ ଗାଁକୁ ଫେରିଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏ ସମ୍ପର୍କରେ ଜାଣିପାରି ମହିଳା ଜଣକ ଗତକାଲି ବୌଦ୍ଧ ଆଦର୍ଶ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ହେଲେ ମହିଳାଙ୍କ ସମ୍ପର୍କୀୟମାନେ ଶୁକ୍ରବାର ଅପରାହ୍ନରେ ଅନ୍ତର୍ଯ୍ୟାମୀଙ୍କୁ ଅପହରଣ କରି ନେଇ ହତ୍ୟା କରିଥିଲେ ଏବଂ ରାତିରେ ସରସରା ରାଧାବାହାଲି ସେତୁ ନିକଟ ରାସ୍ତା କଡରେ ଫିଙ୍ଗି ଚାଲିଯାଇଥିଲେ। ହତ୍ୟାକାରୀମାନେ ହତ୍ୟାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରିବା ସହିତ ଏକ ପଥରରେ ଅନ୍ତର୍ଯ୍ୟାମୀଙ୍କ ମୁଣ୍ଡକୁ ଛେଚି କ୍ଷତାକ୍ତ କରି ତାଙ୍କ ମଟର ସାଇକେଲକୁ ମଧ୍ୟ ଶବ ନିକଟରେ ଫିଙ୍ଗିଦେଇ ପଳାଇଥିଲେ। ଶନିବାର ମୃତଦେହ ଦେଖି ଗାଁ ଲୋକ ପୁଲିସକୁ ସୂଚନା ଦେଇଥିଲେ। ବୌଦ୍ଧ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ପୋଲିସ ପ୍ରକାଶ କରିବା ସହ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାପା ମାରୁଥିବା ଜଣାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories