www.samajalive.in
Saturday, December 6, 2025
16.1 C
Bhubaneswar

ସଲାସୁତୁରାରେ ସରକାରୀ ଅର୍ଥ ଚଳୁ ପାଇଁ ଜହ୍ନେଇପଶିରେ ଦୁଇ ପ୍ରକଳ୍ପ

ପାଟଣା : ସଲାସୁତୁରାରେ ଅଭିନବ ଉପାୟରେ ସରକାରୀ ଅର୍ଥ ଚଳୁ ପାଇଁ ପାଟଣା ବ୍ଲକରେ ସବୁ ବିଭାଗର ଦୁଆର ଖୋଲା ରହିବା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଗୋଟିଏ ଗ୍ରାମର ମାତ୍ର ୫୦ ମିଟର ବ୍ୟବଧାନରେ ଗୋଟିଏ ପ୍ରକଳ୍ପର ମାଟି ମେସିନରେ ଖୋଳି ଅନ୍ୟ ପ୍ରକଳ୍ପରେ ଲଗାଯାଇ ଆଉ ଗୋଟିଏ ପ୍ରକଳ୍ପ କରାଯାଉଛି। ଆଶ୍ଚର୍ୟ୍ୟର କଥା ଏହିକି ଯେ ଗୋଟିଏ ପ୍ରକଳ୍ପ କେନ୍ଦୁଝର ଆଇଟିଡିଏର ହୋଇଥିବା ବେଳେ ଆଉ ଗୋଟିଏ ପାଟଣା ବ୍ଲକ ର ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ଵାରା କରାଯାଉଛି। ଅଧିକାରୀଙ୍କୁ ପଚାରିଲେ କାମ ଆମର ଉତ୍ତର ମିଳୁଥିବା ବେଳେ ଗୋଟିଏ ପ୍ରକଳ୍ପ ୧୦ ଲକ୍ଷ ଟଙ୍କା ଏବଂ ଆଉ ଗୋଟିଏ ପ୍ରକଳ୍ପ ତାହାଠାରୁ ମାତ୍ର ୪୦ ହଜାର କମ ଅର୍ଥାତ ୯ ଲକ୍ଷ ୬୦ ହଜାର ଟଙ୍କାର ହେଉଛି। ଏଠାରେ ଅର୍ଥାତ ଜହ୍ନେଇପଶିରେ ବର୍ଷାଜଳ ପରିଚାଳନା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟରେ ଡିଆରଡି ପକ୍ଷରୁ କାମ କରାଯାଉଥିବା ବେଳେ ଆଇଟିଡିଏ ପକ୍ଷରୁ ୯ ଲକ୍ଷ ୬୦ ହଜାର ଟଙ୍କାର ଉନ୍ନୟନ କାମ ହେଉଥିବା ଫଳକରେ ଦେଖାଯାଉଛି। ଗୋଟିଏ ଅଧା ପନ୍ତରିଆ ପୋଖରୀ ମେସିନରେ ଖୋଳା ଯାଇ ସେହି ମାଟି ନିଆଯାଇ ଜମିର ହିଡ ଦିଆଯାଇଛି। ଯେତିକି ଅର୍ଥରେ ଏହି ଦୁଇଟି ପ୍ରକଳ୍ପ ହେବା କଥା ତାହା ବାସ୍ତବରେ ଏଠି ଦେଖା ଯାଉନଥିବାରୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି। ବର୍ଷାଦିନ ଆସିଯାଇଥିବା ବେଳେ ଏହି କାମ ପୂର୍ଣ୍ଣାଙ୍ଗ ହୋଇଛି କି ନାହିଁ ଏହା ଫଳକରେ ଲେଖା ନ ଥିବାରୁ ତଦନ୍ତ ଅନିବାର୍ୟ୍ୟ ହୋଇପଡିଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories