ନୟାଗଡ : ନୟାଗଡ ଜିଲା ଶରଣକୁଳ ଥାନା ଚଢେୟାପଲ୍ଲୀ ଗ୍ରାମରେ ବଡ ଭାଇକୁ କଟୁରୀରେ ହାଣି ସାନ ଭାଇ ହତ୍ୟା କରିଛି। ବଡ ଭାଇ ଛାତରେ ଶୋଇଥିବା ବେଳେ ସାନ ଭାଇ ତାଙ୍କୁ କଟୁରୀରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ବଡ ଭାଇର ମୃତ୍ୟୁ ହୋଇଯାଇଛି। ତେବେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ବଡ ଭାଇକୁ ହତ୍ୟା କରିବା ପରେ ସାନ ଭାଇ ଥାନାରେ ଆତ୍ମସମର୍ପଣ କରିଛି। ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।
Popular Categories



