www.samajalive.in
Saturday, December 6, 2025
14.1 C
Bhubaneswar

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ମୁରିବାହାଲ :  କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୮ ନମ୍ବର  ଜୋନ୍‌‌ ଗଁରେଇ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁରେ ଗତ ୧୪ ତାରିଖ ଦିନ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେଡି ବରିଷ୍ଠ ନେତା ତଥା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଅଜୟ ଦାସଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ପାଟଣାଗଡ଼ ବିଧାୟକ ତଥା ସରକାରୀ ଦଳର ମୁଖ୍ୟଉପ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁରିବାହାଲ ବ୍ଲକ ସଭାପତି ଶ୍ରୀ ମିନିକେତନ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ପଦଯାତ୍ରାରେ ଯୁବ ବିଜେଡି ସଭାପତି ଚିତ୍ତ ରଞ୍ଜନ ବାଗ, ଅକ୍ଷ ସେଲମା, କରୁଣାକର ସାହୁ, କ୍ଷେତ୍ର ମଣି ସାହୁ, ନେପାଳ ସାହୁ, ଉପେନ୍ଦ୍ର ଜାନି, ନାରୀ ନେତ୍ରୀ ପୁଷ୍ପା ଗେବଳା, ସୁଶୀଳା ରଣା, ଦିଲୀପ ମହାନନ୍ଦ, ମଧୁ ଗହୀର, ହଳଧର ମହାକୁର, ବୈଷ୍ଣବ ଜାନି, ମାୟା ପୋଡ଼, ସୁବ୍ରଜ ସାହୁ, ମଣ୍ଟୁ ଗଡୁଆ, ଆଇନ ଜୀବୀ ଜଗଦୀଶ ସୁନା, ପ୍ରମାନନ୍ଦ ଗିଭେଲା, ଡାକୁ ଭୋଇ, ଲିଙ୍ଗ ଜାନି, ତେଭା ସଗ୍ରୀୟ, କନିଷ୍ଟ ଭୋଇ, ଭକ୍ତ ସେଲମା, ଧୀରମାନ ମହାକୁର, କ୍ଷୀରସିନ୍ଧୁ ମହାକୁର, ଧୂବଳେ ସାହୁ, କ୍ଷେତ୍ର ବଛା, ସମେତ ଶତାଧିକ ବିଜେଡି ସମର୍ଥକ ଏହି ପଦ ଯାତ୍ରା ରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ। ଗାଁ ମାନଙ୍କରେ ଲୋକମାନଙ୍କ ଆଗ୍ରହ ଉତ୍ସାହ ଦେଖିବାକୁ ମିଲିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories