www.samajalive.in
Sunday, December 7, 2025
26.1 C
Bhubaneswar

ଅଲୋଡା ମଣିଷ; ଭିନ୍ନକ୍ଷମ କସ୍ତୁରଙ୍କୁ ଭତ୍ତା ମନା! ସାନ୍ତ୍ୱନା ଭିକ୍ଷା ଟଙ୍କା

ମୁରିବାହାଲ: ଆମ ସମାଜରେ ଅନେକ ମଣିଷ ଆଜି ଅଲୋଡା। ସେହି ମଣିଷଙ୍କ ସ୍ୱର ହେବାକୁ କେହି ନାହିଁ। ଆମେ ସାଜିବୁ ସେହି ମଣିଷଙ୍କ ପାଇଁ ସୂତ୍ରଧର ଓ ସାହାରା। ସମାଜର ପଛ ଧାଡିରେ ରହିଯାଇଥିବା ମଣିଷଙ୍କ ସମସ୍ୟା ଉଠାଇବୁ ‘ଅଲୋଡା ମଣିଷ’ ଶୀର୍ଷକରେ। ‘ସମାଜ’ର ଏହି ପ୍ରୟାସ ସହ ଯୋଡି ହେବେ। ଅନେକ ନୁହେଁ, ଜଣେ ଜଣେ ଅଲୋଡା ମଣିଷଙ୍କ ପାଇଁ ଆପଣ ସାଜିବେ ସାରଥୀ।

ମୁରିବାହାଲ ବ୍ଲକ ମୁଖ୍ୟାଳୟର ମୁରିବାହାଲ ବସ୍ତି। ଏହି ବସ୍ତିରେ ରହୁଥିଲେ ଅଗ୍ନୀଧର ବାଗ। ଶ୍ରୀ ବାଗଙ୍କ ମୃତ୍ୟୁ ପରେ ଏକ୍‍ଲା ଝିଅ କସ୍ତୁର। ବୟସ ତାଙ୍କର ୬୨। ସେ ଅବିବାହିତା, ଭୂମିହୀନ ଓ ଭିନ୍ନକ୍ଷମ। ଭତ୍ତା ଦୂରେ ଥାଉ ଚାଉଳ କାର୍ଡଟିଏ ବି ନାହିଁ ତାଙ୍କ ନାଁରେ। ଭିନ୍ନକ୍ଷମ ହୋଇଥିବା ବେଳେ ଆଙ୍ଗୁଠି ଟିପ ଦେଇପାରିବେ ନାହିଁ। ତେଣୁ ଆଧାର କାର୍ଡ ବି ନାହିଁ କସ୍ତୁରଙ୍କର। ବସ୍ତିରେ ଥିବା ଗୋପବନ୍ଧୁ କ୍ଲବ ପରିସରରେ ଅଧା ତିଆରି ହୋଇଥିବା କଲ୍ୟାଣ ମଣ୍ଡପ ହେଉଛି କସ୍ତୁରଙ୍କ ଠିକଣା। ସେଠାରେ ସେ ଆଶ୍ରୟ ନିଅନ୍ତି। ଚଳିବା ପାଇଁ ଭିକ୍ଷାବୃତ୍ତି କରନ୍ତି। ଲୋକଙ୍କ ପାଖରୁ ଯାହା ମାଗି ଆଣନ୍ତି ତାହା ତାଙ୍କର ପୁଞ୍ଜି। ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଭତ୍ତା, ଚାଉଳ କାର୍ଡ କରାଇ ଦେବା ପାଇଁ। କିନ୍ତୁ କିଛି ହୋଇନି। କେବଳ ପ୍ରତିଶ୍ରୁତି ଓ ନିରାଶା ମିଳିଛି କସ୍ତୁରଙ୍କୁ। ସରକାରଙ୍କ ମାଳ ମାଳ ଯୋଜନା। ପ୍ରଶାସନର ଗରିବ, ଖଟିଖିଆଙ୍କ ପାଇଁ ଦରଦ କାହିଁରେ କେତେ। ହେଲେ ସବୁ ଯେମିତି କୁସ୍ତୁରଙ୍କ ପାଖରେ ଅପହଞ୍ଚ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories