www.samajalive.in
Sunday, December 7, 2025
14.1 C
Bhubaneswar

ଘିଅ ମୁଗଡ଼ାଲି ମିଠା

ଆବଶ୍ୟକ ସାମଗ୍ରୀ
ମୁଗଡ଼ାଲି – ୨କପ
କ୍ଷୀର – ୩କପ
ଗୁଜୁରାତି ଗୁଣ୍ଡ – ୧ଚାମଚ
କେଶର – ଅଳ୍ପ
ଚିନି – ୧କପ
ଘିଅ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ଗରମ କରନ୍ତୁ। କଡ଼େଇ ଗରମ ହେବା ପରେ ସେଥିରେ ମୁଗଡ଼ାଲିକୁ ଅଳ୍ପ ଭାଜନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି ପାଣି ଦେଇ ୧ ଘଣ୍ଟା ବତୁରାଇ ଦିଅନ୍ତୁ। ବତୁରିବା ପରେ ଏହାକୁ ଛାଣି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ଗରମ କରନ୍ତୁ। କଡ଼େଇରେ ମୁଗଡ଼ାଲି ପକାଇବାର କିଛି ସମୟ ପରେ କ୍ଷୀର, ଗୁଜୁରାତି ଗୁଣ୍ଡ ପକାଇ ଏହାକୁ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ ଏଥିରେ ଅଳ୍ପ ଘିଅ, ଅଳ୍ପ ଅଟା ପକାଇ ଡ଼ଙ୍କି ଦ୍ୱାରା କ୍ଷୀରରେ ଏହାକୁ ପେଷ୍ଟ ଭଳି କରିବା ପାଇଁ ସମାନ କରି ଘାଣ୍ଟନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି କିଛି ସମୟ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ହାତରେ ସାମାନ୍ୟ ଘିଅ ଲଗାଇ ଏହାକୁ ବରା ଆକୃତିର କରନ୍ତୁ। ଏହାର ମଝି ଅଂଶକୁ ସାମାନ୍ୟ କଣା କରି କାଠି ଦ୍ୱାରା ଏହାର ଚାରି ପାଖରେ ଗାର ଗାର କରି ଦିଅନ୍ତୁ। ଏହାକୁ ଘୋଡ଼ାଇ କିଛି ସମୟ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ୧କପ ଚିନିରେ ୨କପ ପାଣି ସାମାନ୍ୟ କେଶର ପକାଇ ସିରା ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡ଼େଇରେ ତେଲ ଗରମ କରି ପ୍ରସ୍ତୁତ କରି ରଖିଥିବା ମୁଗଡ଼ାଲି ବରାକୁ ଛାଣନ୍ତୁ। ଛାଣିବା ପରେ ଏହାକୁ ସିରାରେ ପକାଇ ୨୦ ରୁ ୩୦ ମିନିଟ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗଡ଼ାଲି  ମିଠା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories