www.samajalive.in
Monday, December 15, 2025
26.1 C
Bhubaneswar

ମୁଁ ଚାହେଁ ସ୍ୱଚ୍ଛ ପରିବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ/ଜି.ଉଦୟଗିରି: କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମୁଁ ଚାହେଁ ସ୍ୱଚ୍ଛ ପରିବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ତରଙ୍ଗ କନ୍ଧମାଳ, ନେହେରୁ ଯୁବକେନ୍ଦ୍ର ଫୁଲବାଣୀ, ମହିଳା ଜୀବିକା ସୁରକ୍ଷା ମଂଚର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମସ୍ତ ସଂଗଠନର ବହୁ କର୍ମକର୍ତ୍ତାମାନେ ଏକଜୁଟ୍‍ ହୋଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ପାଇଁ ପରିସର ମଧ୍ୟରେ ଥିବା ଅଳିଆ ଆବର୍ଜନା ଏକାଠି କରିବା ସହିତ ଚତୁପାର୍ଶ୍ବ ସଫେଇ କରିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ପ୍ରସନ୍ନ କୁମାର ତ୍ରିପାଠୀ, ବିପିଏଚ୍‍ଓ ଡ଼.ସତିକାନ୍ତ ମଲିକ, ବିିପିଏମ୍‍ ରାଜ କିଶୋର ସାହୁ, ବିଏଏସ୍‍ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନ୍ତରଙ୍ଗ ଯୁବ ମହାସଂଘର ହୃଷିକେଶ ପ୍ରଧାନ, ବିଷ୍ଣୁପ୍ରିୟା ପ୍ରଧାନ, ରାଜବାଳା ସିଂ, ଚନ୍ଦ୍ରକାନ୍ତ ପ୍ରଧାନ, ବିକାଶ ପ୍ରଧାନ, କମଳାକାନ୍ତ ପ୍ରଧାନ, ଯାଜ୍ଞସେନୀ ପ୍ରଧାନ, ସଜିତ୍‍ ନାୟକ, ନକୁଳ ପ୍ରଧାନ, ରଘୁନାଥ ନାୟକ, ଜୀବିକା ସୁରକ୍ଷା ମଂଚର ବ୍ଳକ ସଂଯୋଜିକା ସସ୍ମିତା ମଲିକଙ୍କ ସମେତ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories