www.samajalive.in
Sunday, December 7, 2025
16.1 C
Bhubaneswar

ସୁନ୍ଦରଗଡ଼ ଜିଲାରେ ଅତ୍ୟାଧୁନିକ ପରିମଳ ସେବା ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ : “ସ୍ୱଚ୍ଛତା କଥା ଉଠିଲେ ପ୍ରଥମେ ଗାନ୍ଧିଜୀଙ୍କ କଥା ମନକୁ ଆସିଥାଏ। ଗାନ୍ଧିଜୀ ସବୁବେଳେ ପରିମଳକୁ ଗୁରୁତ୍ୱ ଦେଉଥିଲେ। ଜାତିର ପିତାଙ୍କ ଭାଷାରେ ପରିମଳ ହେଉଛି ସ୍ୱାଧୀନତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ସୁସ୍ଥ ପରିବେଶ ହିଁ ଉନ୍ନତି ଏବଂ ଉନ୍ନତ ଜୀବନର ଆଧାର।’’ ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌରପାଳିକା, କୋଇଡ଼ା ଓ କୁତ୍ରା ବ୍ଲକ୍‍ରେ ଏହି ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ଅତ୍ୟାଧୁନିକ ଗାଡ଼ିର ଶୁଭାରମ୍ଭ କରିଥିଲେ। ପରିମଳ ସେବାକୁ ସୁଦୃଢ଼ କରିବା ପାଇଁ ୨୪ ପ୍ରକାରର ୧୯୦ଟି ମେସିନ ଓ ଗାଡ଼ି ଯୋଗାଇ ଦିଆଯାଇଛି। ସେହିପରି ରାଉରକେଲା ସହରର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ପ୍ରସ୍ତାବିତ ୧୦ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ମଧ୍ୟରୁ ୪ଟିର ଶୁଭ ଉଦ୍‍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଶୁଭାରମ୍ଭ ହୋଇଥିବା ପରିମଳ କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂରାଉରକେଲା ମହାନଗର ନିଗମ ପାଣ୍ଠିରୁ ୬୯ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି।

- Advertisement -

ଏହି ବ୍ୟାପକ ପରିମଳ କାର୍ଯ୍ୟକ୍ରମର ଉଦ୍‍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ସଫେଇ କର୍ମଚାରୀମାନେ ହେଉଛନ୍ତି ଆମ ସମାଜର ଶ୍ରେଷ୍ଠ ସେବକ। ତେଣୁ ସେମାନେ ସ୍ୱଚ୍ଛତା ଓ ପରିବେଶର ବ୍ୟାପକ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେହିପରି ମିଶନ ଶକ୍ତିର ମା’ମାନେ ରାଜ୍ୟରେ ପରିମଳ ସେବା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି। ସେମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା, ଆବର୍ଜନା ସଂଗ୍ରହ କରିବା, ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରର ପରିଚାଳନା ଆଦି କାମରେ ନିୟୋଜିତ ହୋଇଛନ୍ତି।

“ଏହି ଅତ୍ୟାଧୁନିକ ସେବା ଲାଗୁ ହେବା ଫଳରେ ସ୍ମାର୍ଟ ସିଟି ରାଉରକେଲାର ଚିତ୍ର ବଦଳିବ। ବିଶେଷକରି ମେସିନର ବ୍ୟବହାର ଫଳରେ ପରିମଳ ସେବା କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ। ସେହିପରି ସଫେଇ କର୍ମଚାରୀମାନଙ୍କ ସୁରକ୍ଷା ଓ ସମ୍ମାନ ଉପରେ ମଧ୍ୟ ଆମେ ପ୍ରାଥମିକତା ଦେଇ ପାରିବା। ରାଉରକେଲା ସହିତ ଜିଲ୍ଲାର ଅନ୍ୟ ସ୍ଥାନ ପାଇଁ ଏବେ ୧୯୦ଟି ଗାଡ଼ି ଓ ମେସିନ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଏହି ସେବାକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ଅଧିକ ମେସିନ ଓ ସହାୟତା ଯୋଗାଇ ଦିଆଯିବ’’, ସ୍ୱାଗତ ଭାଷଣ ଦେଇ ଏହା କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ।

ଭିଡିଓ କନ୍‍ଫରେନ୍‍ସିଂ ଜରିଆରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ୍‍, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍‍ ପ୍ରମୁଖ ଯୋଗ ଦେଇଥିଲେ। ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ରାଉରକେଲାଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ର କର, ପଶ୍ଚିମାଂଚଳ ଡିଆଇଜି କବିତା ଜଲାନ, ରାଉରକେଲା ଏସ୍‍ପି କେ ଶିବା ସୁବ୍ରମଣି, ରାଉରକେଲା ମହାନଗରର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ,  ସୀତାଦେବୀ ମାଝି, ଡକ୍ଟର ଗୌରବମୟ ପ୍ରଧାନଙ୍କ ସମେତ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ଡିଏମଏଫର ବରିଷ୍ଠ ଅଧିକାରୀ।

ଏହି ପରିମଳ ସେବାରେ ଯୋଡ଼ି ହୋଇଛି ଅତ୍ୟାଧୁନିକ ମେସିନ୍‍ ଓ ଗାଡ଼ି। ଦୁଆର ମୁହଁରୁ ଆବର୍ଜନା ସଂଗ୍ରହ ପାଇଁ ବ୍ୟାଟେରି ଚାଳିତ ଛୋଟ ପରିବେଶ ଅନୁକୂଳ ଗାଡ଼ି, ରାସ୍ତା ସଫେଇ ପାଇଁ ରୋଡ୍‍ ସୁଇପିଂ ମେସିନ, ଖୋଲା ଡ୍ରେନ୍‍ ସଫେଇ ପାଇଁ ‘ଓପନ୍‍ ନାଲା ଡି-ସିଲ୍‍ଟିଂ’ ମେସିନ୍‍, ସ୍ୱିରେଜ ଲାଇନ୍‍ ସଫା ଲାଗି ‘ସକ୍‍ସନ୍‍ କମ୍‍ ଜେଟିଂ’ ମେସିନ୍‍, ସେପ୍ଟିକ୍‍ ଟାଙ୍କି ଲାଗି ‘ସେସ୍‍ପୁଲ୍‍’, ମଶା ବଂଶ ଦମନ ପାଇଁ ‘ଫଗିଂ’ ମେସିନ୍‍, ସର୍ବସାଧାରଣ ସ୍ଥାନ ବିଶୋଧନ ପାଇଁ ‘ଟ୍ରେଲର ମାଉଂଟେଡ୍‍ ସାନିଟାଇଜର ଆଣ୍ଡ୍‍ ଡିସ୍‍ଇନ୍‍ଫେକ୍‍ଟାଂଟ୍‍’ ମେସିନ୍‍ ଏବଂ ବାୟୁମଣ୍ଡଳରେ ଧୂଳି ଓ ଧୂଆଁ ନିୟନ୍ତ୍ରଣ ପାଇଁ ଉଚ୍ଚ କ୍ଷମତାସଂପନ୍ନ ‘ଡି-ଫଗିଂ’ ମେସିନ୍‍ ଆଦି ବ୍ୟବହାର କରାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories