www.samajalive.in
Saturday, December 6, 2025
26.1 C
Bhubaneswar

ବିଲେଇଙ୍କୁ ହତ୍ୟା କରୁଛି କିଏ ?

ମୁମ୍ବଇ : ମୁମ୍ବଇର ସଟେ ଥାନା ଅନ୍ତର୍ଗତ ଧୋବନ୍ଦରରେ ହିଲ ଗାର୍ଡ଼ନ ବଙ୍ଗଲୋ ନାମ ସୋସାଇଟ ନିକଟ ଅଂଚଳରେ ଗତ କିଛି ଦିନ ମଧ୍ୟରେ ୧୯ଟି ବିଲେଇଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଲାଗି ରହିଥିବାରୁ ବର୍ତମାନ ଏହାକୁ ନେଇ ନିକଟ ପୁଲିସ ଥାନାରେ ଅଭିଯୋଗ ହୋଇଛି।
ଅଂଚଳବାସୀଙ୍କ ସନ୍ଦେହ ଅନୁଯାୟୀ, କେହି ଖାଦ୍ୟରେ ବିଷ ଦେଇ ଏହି ବିଲେଇମାନଙ୍କୁ ହତ୍ୟା କରିଛି। ଏହି ଘଟଣା ୨୨ ଜୁଲାଇରୁ ୧୦ ଅଗଷ୍ଟ ମଧ୍ୟର କଥା। ଏହି ସମୟରେ ମୋଟ ୧୯ଟି ବିଲେଇଙ୍କ ମୃତ୍ୟୁ ହୋଇଛି।
ଅଗଷ୍ଟ ୧୪ରେ ଜଣେ ମହିଳା ବିଲେଇକୁ ଖାଦ୍ୟ ଦେବା ସମୟରେ ଦେଖିଲେ ତା ପାଟିରୁ ଫେଣ ଭଳି ବାହାରୁଛି। ସେ ଏନେଇ ପୁଲିସକୁ ମଧ୍ୟ ଜଣାଇଛନ୍ତି। ମାତ୍ର ଏଯାଏଁ କିଏ ଏଭଳି କାର୍ଯ୍ୟ କରୁଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ।
ପୁଲିସ ସେହି ଅଂଚଳର ସିସିଟିଭ ଯାଂଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ହେବା ପରେ ବିଲେଇ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ସ୍ଥାନୀୟ ଲୋକଙ୍କ ମତାନୁଯାୟୀ ସେମାନେ ଏହି ବିଲେଇଙ୍କୁ ଖାଦ୍ୟ ଦେଉଥିଲେ ମାତ୍ର ତାଙ୍କର କୌଣସି କ୍ଷତି କରନ୍ତି ନାହିଁ। ବିଲେଇଙ୍କ ମୃତ୍ୟୁରେ ସେମାନେ ମଧ୍ୟ ଦୁଃଖୀ ବୋଲି କହିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories