www.samajalive.in
Saturday, December 6, 2025
26.1 C
Bhubaneswar

ଫିଲ୍ମ ଶୈଳୀରେ ବସ୍ ଅପହରଣ : ୩୪ ଜଣ ଯାତ୍ରୀଙ୍କ ମିଳୁନି ପତ୍ତା

 

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରେ ବୁଧବାର ଏକ ବସକୁ ଅପହରଣ କରି ନିଆଯାଇଛି। ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବସର କୌଣସି ପତ୍ତା ମିଳି ନାହିଁ।

- Advertisement -

ଆଗ୍ରା ମାଲପୁରାର ନ୍ୟୁ ସାଉଥ୍ ବାଇପାସ୍ ଠାରେ ଥିବା ରାଇବା ଟୋଲ୍ ପ୍ଲାଜା ନିକଟରୁ ଏକ ବସକୁ ଅପହରଣ କରିନିଆଯାଇଛି। ଏହି ବସ୍‌ରେ ୩୪ ଜଣ ଯାତ୍ରୀ ଅଛନ୍ତି। ବସ୍ ଗୁରୁଗ୍ରାମରୁ ମଧ୍ୟପ୍ରଦେଶର ପାନ୍ନା ଅଭିମୁଖେ ଯାଉଥିଲା।

ଡ୍ରାଇଭରଙ୍କ କହିବାନୁସାରେ, କିଛି ଲୋକ ବୁଧବାର ସକାଳେ ବସ୍ ପଛରେ ଗୋଡ଼ାଇବା ତାକୁ ଅଟକାଇ ଥିଲେ। ସେମାନେ ନିଜକୁ ଜଣେ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ବୋଲି କହିଥିଲେ। ବସ୍ ଅଟକାଇବା ପରେ ସେମାନେ ତାକୁ ନିଜ ଅଧୀନକୁ ନେଇଥିଲେ। ଏହା ପରେ ବସ୍ ଆଗକୁ ଯାଇ ବାଟରେ ଏକ ଢାବା ଠାରେ ଅଟକି ଥିଲା। ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ଯାତ୍ରା ଭଡା ବାବଦ ଟଙ୍କା ଫେରସ୍ତ କରି ଦିଆଯାଇଥିଲା। ଖାଦ୍ୟ ମଧ୍ୟ ଖାଇବାକୁ ଦିଆଯାଇଥିଲା।

ଏହା ପରେ ସେ ଏତ୍ମାଦପୁର ଅଞ୍ଚଳରେ ଡ୍ରାଇଭରକୁ ଓହ୍ଲାଇ ସେମାନେ ଫେରାର ହୋଇଯାଇଛନ୍ତି। ଡ୍ରାଇଭର ମାଲପୁରା ଥାନାକୁ ଆସି ପୁଲିସକୁ ସୂଚନା ଦେଇଥିଲେ। ବସ୍ ଡ୍ରାଇଭର ରମେଶଙ୍କ ଅନୁଯାୟୀ କଣ୍ଡକ୍ଟର ଓ ହେଲପରର ମୋବାଇଲ୍ ଫୋନକୁ ସେମାନେ ଛଡାଇ ନେଇଛନ୍ତି।

ଏସଏସପି ବାବୁ କୁମାର କହିଛନ୍ତି ଯେ ସମସ୍ତ ଘଟଣା ବିଷୟରେ ଅନୁଧ୍ୟାନ କରାଯାଉଛି। ଆଇଜି ସୁଭାଷ ସିଂ ବାଗେଲ କହିଛନ୍ତି ଜିଲ୍ଲାର ସୀମା ସିଲ୍ କରି ଯାଞ୍ଚ ଆରମ୍ଭ ହୋଇଛି। ଖୋଜାଖୋଜି ସମୟରେ ବସ୍ ଝାନସିରେ ଥିବା ସୂଚନା ମିଳିଥିଲା, ତେବେ ତାହା ସତ୍ୟ ନୁହେଁ। ରାଜପଥରେ ଯାଞ୍ଚ ଅଭିଯାନକୁ କଡାକଡି କରାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories