www.samajalive.in
Sunday, December 7, 2025
16.1 C
Bhubaneswar

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ : ଗୁରୁବାର ଫଳାଫଳ ଘୋଷଣା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ର ଫଳାଫଳ ଆସନ୍ତାକାଲି ଅର୍ଥାତ ଗୁରୁବାର ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଫଳାଫଳ ଘୋଷଣା କରିବେ। ଦେଶରେ ଏହା ପଞ୍ଚମ ସ୍ୱଚ୍ଛତା ସର୍ବେକ୍ଷଣ କାର୍ଯ୍ୟକ୍ରମ ହେବ। ଏଥିରେ ମୋଟ୍‍ ୧୨୯ଟି ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ‘ସ୍ୱଚ୍ଛ ମହୋତ୍ସବ’ ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

file photo

ବିଭିନ୍ନ ରାଜ୍ୟ ଓ ସହରକୁ ପୁରସ୍କାର ପ୍ରଦାନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ହିତାଧିକାରୀ, ସ୍ୱଚ୍ଛାଗ୍ରହୀ ଓ ସଫେଇ କର୍ମଚାରୀମାନଙ୍କ ସହ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ହେଉଛି ସ୍ୱଚ୍ଛତା କ୍ଷେତ୍ରରେ ବିଶ୍ୱର ସର୍ବବୃହତ ସର୍ବେକ୍ଷଣ, ଯେଉଁଥିରେ ୪ହଜାର ୨୪୨ଟି ସହର, ୬୨ଟି କ୍ୟାଣ୍ଟନ୍‍ମେଣ୍ଟ ବୋର୍ଡ ଓ ୯୨ଟି ଗଙ୍ଗା ସହର ମଧ୍ୟରୁ ପୁରସ୍କୃତ ହେବାକୁ ଥିବା ସହରଗୁଡ଼ିକୁ ମନୋନୀତ କରାଯିବ। ଏଥିରେ ୧କୋଟି ୮୭ ଲକ୍ଷ ନାଗରିକ ଅଂଶଗ୍ରହଣ କରିଛନ୍ତି। ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦, ୨୮ ଦିନ ଭିତରେ ସମ୍ପୂର୍ଣ୍ଣ ହୋଇଛି।
ପ୍ରାୟ ୧କୋଟି ୭୦ଲକ୍ଷ ନାଗରିକ ସ୍ୱଚ୍ଛତା ଆପରେ ପଞ୍ଜିକୃତ ହୋଇଛନ୍ତି ଓ ସାମାଜିକ ଗଣମାଧ୍ୟମରେ ୧୧କୋଟିରୁ ଅଧିକ ମତାମତା ପ୍ରକାଶ
ପାଇଛି। ସାଢ଼େ ୫ଲକ୍ଷ ସଫେଇ କର୍ମଚାରୀ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସହ ସମ୍ପୃକ୍ତ ଅଛନ୍ତି ଓ ୮୪ ହଜାର ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା
ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଅଣାଯାଇଛି। ୨୧ହଜାର ଅଧିକ ଆବର୍ଜନାମୟ ସ୍ଥାନକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଆବର୍ଜନା ମୁକ୍ତ
କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories