କେଉଁ ରଙ୍ଗର ଫଳ ଖାଇଲେ, ମିଳେ କି ଲାଭ !

0

ଖାଦ୍ୟ ପଦାର୍ଥରେ ପ୍ରତେକଙ୍କ ପସନ୍ଦ ଅଲଗା ଅଲଗା ହୋଇଥାଏ। କିଛି ଖାଦ୍ୟ ଆମେ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଖାଦ୍ୟ ଆମେ ପସନ୍ଦ କରୁନାହୁଁ। କିନ୍ତୁ ଖାଦ୍ୟ ତାଲିକାରେ ବିଭିନ୍ନ ରଙ୍ଗର ଫଳ ବା ପନିପରିବା ସାମିଲ କରିବା ଲାଭଦାୟକ ଅଟେ। କାରଣ ବିଭିନ୍ନ ଫଳ ବା ପନିପରିବାରେ ଭିନ୍ନଭିନ୍ନ ପୋଷକତତ୍ତ୍ବ ରହିଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ରଙ୍ଗର ଫଳ ବା ପନିପରିବା ଖାଇଲେ ଶରୀରକୁ କି ଲାଭ ମିଳେ।

ନାଲି ରଙ୍ଗର ଫଳ: ଯେପରି ତରଭୁଜ, ଟମାଟୋ, ଡାଳିମ୍ବ, ଭିତର ନାଲି ଥିବା ପିଜୁଳି, ଷ୍ଟବେରୀ, ରସବେରୀ, ବିଟ୍ ଆଦି ଫଳ ହୃଦଘାତ ଜନିତ ରୋଗରୁ ରକ୍ଷା କରେ।

ସବୁଜ ରଙ୍ଗର ଫଳ: ସବୁଜ ରଙ୍ଗର ପନିପରିବା ଓ ଶାଗ ଜାତୀୟ ଖାଦ୍ୟ ଶରୀର ପାଇଁ ଲାଭଦାୟକ ଅଟେ। ଏହା ଯକୃତ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଗାଢ ବାଇଗଣ ରଙ୍ଗ: ଯେପରି ବାଇଗଣ, କଳା ଅଙ୍ଗୁର, ପିଅଜ, ଜାମୁକୋଳି ଏବଂ ବାଇଗଣୀ ରଙ୍ଗର ବନ୍ଧାକୋବି ଆଦି ମସ୍ତିଷ୍କକୁ ଅଧିକ କ୍ରିୟାଶୀଳ ବା କାର୍ଯ୍ୟଦକ୍ଷ କରେ।

କଳା ରଙ୍ଗର ଫଳ: କଳା କିସମିସ୍ ଓ କଳା ଅଲିଭ୍ ଆଦି ଫଳ ବୃକକ୍ କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।


ଧଳା ରଙ୍ଗ ଫଳ: ରସୁଣ, ଆଳୁ ଓ ଧଳା ରଙ୍ଗର ଛତୁ ଶରୀର ପାଇଁ ଉତ୍ତମ ଅଟେ।

କମଳା ରଙ୍ଗ: କମଳାରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଥାଏ। ଯାହା ତ୍ବଚା ଓ ପୁରା ଶରୀର ପାଇଁ ବହୁତ ଫଳପ୍ରଦ ଅଟେ।

Leave A Reply