ସରକାରୀ ବଙ୍ଗଳା ଛାଡିବାକୁ ସମୟ ମାଗି ସୁପ୍ରିମକୋର୍ଟ ଗଲେ ମୁଲାୟମ, ଅଖିଳେଶ

0

ନୂଆଦିଲ୍ଲୀ : ସରକାରୀ ବଙ୍ଗଳା ଖାଲି କରିବାକୁ ଉତ୍ତର ପ୍ରଦେଶ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଥିବାବେଳେ ଏଥିପାଇଁ ଆବଶ୍ୟକ ସମୟ ଲୋଡିଛନ୍ତି ମୁଲାୟମ ସିଂହ ଯାଦବ ଓ ତାଙ୍କ ପୁଅ ଅଖିଳେଶ ଯାଦବ। ସୁବିଧା ଅନୁସାରେ ସରକାରୀ ବଙ୍ଗଳା ଛାଡିବାକୁ ଆବଶ୍ୟକ ସମୟ ଦେବା ଲାଗି ବାପ-ପୁଅ ସୋମବାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ଉଭୟ ମୁଲାୟମ ଓ ଅଖିଳେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବାରୁ ଏବେ ଅଲଗା ଭାବେ ସରକାରୀ ବଙ୍ଗଳାରେ ରହୁଛନ୍ତି। ତେବେ କେତେକ ଅସୁବିଧା କାରଣରୁ ଉଭୟ ବର୍ତ୍ତମାନ ସମୟରେ ସରକାରୀ ବଙ୍ଗଳା ଛାଡିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ତେଣୁ ସମୟ ସୁବିଧା କ୍ରମେ ସରକାରୀ ବଙ୍ଗଳା ଛାଡିବା ଲାଗି ଆବଶ୍ୟକ ସମୟ ଦେବାକୁ ଉଭୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମୁଲାୟମ ତାଙ୍କ ଆବେଦନରେ ସୁରକ୍ଷା, ବୟସ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ଆଧାର କରି ସମୟ ଲୋଡିଛନ୍ତି। ସେହିପରି ଅଖିଳେଶ ପରିବାରର ସୁରକ୍ଷା ଆଳରେ ସମୟ ଲୋଡିଛନ୍ତି। ଏହା ପୂର୍ବରୁ ବାପ-ପୁଅ ସରକାରୀ ବଙ୍ଗଳା ଛାଡିବା ଲାଗି ଅତିକମ୍‍ରେ ଦୁଇବର୍ଷ ସମୟ ଦେବା ଲାଗି ଉତ୍ତରପ୍ରଦେଶ ସରକାରଙ୍କ ଇଷ୍ଟେଟ ବିଭାଗକୁ ନିବେଦନ କରିଥିଲେ। ତେବେ ଏପରି ନିବେଦନକୁ ବିଭାଗ ଅଗ୍ରାହ୍ୟ କରିଦେଇଥିଲା।

Leave A Reply