www.samajalive.in
Monday, December 15, 2025
26.1 C
Bhubaneswar

ଶୀତରେ ଖାଆନ୍ତୁ ମୂଳା-ପାଳଙ୍ଗ ପରଟା

ଥଣ୍ଡା ପାଗରେ ନିଜ ଖାଦ୍ୟପାନୀୟ ପ୍ରତି ଅଧିକ ଯତ୍ନବାନ୍ ରହିବା ଆବଶ୍ୟକ। ବଜାରରେ ବିଭିନ୍ନ ପ୍ରକାରର ପନିପରିବା ମହଜୁଦ୍ ଥିବାବେଳେ ଏସବୁର ଉପଯୋଗ ମଧ୍ୟ କରିବା ଉଚିତ। ଶରୀରର ଶକ୍ତି ବଢ଼ାଇବା ନିମନ୍ତେ ଏଇ ଦିନେ ଜଳଖିଆରେ ନଚେତ୍ ରାତ୍ରି ଭୋଜନରେ ମୂଳା-ପାଳଙ୍ଗ ପରଟା ଖାଇବା ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଏସବୁ ପରିବାରେ ପୋଷକତତ୍ତ୍ବ ଭରପୂର ରହୁଥିବାବେଳେ ଶୀତଋତୁ ନିମନ୍ତେ ଉତ୍ତମ ଖାଦ୍ୟ।

ମୂଳା-ପାଳଙ୍ଗ ପରଟା ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ସାମଗ୍ରୀ:

- Advertisement -
  • ମୂଳା ଗୋଟିଏ
  • ପାଳଙ୍ଗ ପତ୍ର ୧ ବିଡ଼ା
  • ଲୁଣ ୧ଛୋଟ ଚାମଚ
  • ଘିଅ ୧ ଛୋଟ ଚାମଚ
  • ହେଙ୍ଗୁ ଚିମୁଟାଏ
  • ଅଟା ୨କପ୍

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପାଳଙ୍ଗ ପତ୍ରକୁ ଭଲରେ ଧୋଇ ରଖିବେ। ଏବେ ମୂଳାକୁ ଧୋଇ ଛୋଟଛୋଟ ଖଣ୍ଡରେ କାଟନ୍ତୁ। ମୂଳା ଓ ପାଳଙ୍ଗକୁ ଗ୍ରାଇଣ୍ଡରରେ ଭଲରେ ବାଟିବେ। ଗୋଟିଏ ବଡ଼ ପାତ୍ରରେ ଅଟାରେ ସମସ୍ତ ସାମଗ୍ରୀ ମୂଳା-ପାଳଙ୍ଗ ବଟା ମିଶାଇ ଉଷୁମ ପାଣିରେ ଚକଟନ୍ତୁ। ଅଟା ଚକଟା ହେବା ପରେ ଘୋଡ଼ାଇ ୧୦ମିନିଟ୍ ରଖିଦେବେ। ଚୁଲାରେ ତାୱା ଗରମ କରି ଏବେ ପରଟା ବେଲି ସେକନ୍ତୁ। ତେଲ କିମ୍ବା ଘିଅ ଯେଉଁଥିରେ ମଧ୍ୟ ପରଟା ସେକିପାରିବେ। ପ୍ରୋଟିନ୍, ଭିଟାମିନ୍ସ ଭରପୂର ଏଇ ପରଟା ନିୟମିତ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories