www.samajalive.in
Sunday, December 7, 2025
14.1 C
Bhubaneswar

‘ପପ୍ପୁ କା ଘୋଷଲା ଔର ପରିବାରକା ଚୌଁଚଲା’: କଂଗ୍ରେସକୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭୀ

କରୋନା କାଳରେ ତିବ୍ଦତରେ ଭାରତ-ଚୀନ୍ ମୁହାମୁହିଁ ହେବା ସ୍ଥିତିରେ ଦେଶରେ ରାଜନୀତିର ତାତି ଥମୁନାହିଁ । କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ସରକାରକୁ ଘେରିବାର କୌଣସି ସୁଯୋଗକୁ କଂଗ୍ରେସ ହାତଛଡ଼ା କରୁନାହିଁ । ରାହୁଳ-ପ୍ରିୟଙ୍କା-ସୋନିଆ ନିରବଚ୍ଛିନ୍ନ ଭାବରେ ବିଜେପି ଉପ​‌ରେ ଆକ୍ରମଣ କରୁଛନ୍ତି । ତାଙ୍କୁ ସହଯୋଗ କରୁଛନ୍ତି ରଣଦୀପ ସୁଜଜେୱାଲା, କପିଲ ସିବ୍ବଲ, ଚିଦାମ୍ବରମ ଓ ଦିଗବିଜୟ ସିଂହଙ୍କ ପରି ବରିଷ୍ଠ ନେତା । ହେଲେ କଂଗ୍ରେସର ଶବ୍ଦବାଣକୁ ବିଜେପି ବି ଅନୁରୂପ ଆକ୍ରମଣ କରି ଜବାବ ଦେଉଛି ।  ଶୁକ୍ରବାର ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି ଅତ୍ୟନ୍ତ କଟୁ ଭାଷାରେ କଂଗ୍ରେସକୁ ସମାଲୋଚନା କରିଛନ୍ତି । କଂଗ୍ରେସ ‘ପପ୍ପୁ କା ଘୋଷଲା ଔର ପରିବାରର ଚୌଁଚଲା’ରେ ପରିଣତ ହୋଇଛି ବୋଲି ନକଭି କହିଛନ୍ତି ।

ସେ କହିଛନ୍ତି ଯେତେବେଳେ ଦେଶର ସୁରକ୍ଷା କର୍ମୀ ଶତ୍ରୁକୁ ମୁହଁତୋଡ଼୍ ଜବାବ ଦେଉଛନ୍ତି ସେତେବେଳ ଆପଣମାନେ (କଂଗ୍ରେସ) ଶତ୍ରୁଙ୍କୁ ଅମ୍ଲଜାନ ଦେବା ପରି ହରକତ କରୁଛନ୍ତି । ଏଥିପାଇଁ କଂଗ୍ରେସ ଦଳ ତଳକୁ ତଳ ଯାଉଛି । ଆଜି ଦିନରେ କଂଗ୍ରେସ ‘ପପ୍ପୁ କା ଘୋଁସଲା, ପରିବାର କା ଚୋଁଚଲା’ ରେ ପରିଣତ ହୋଇଛି ।

- Advertisement -

ଭାରତ ସୀମାରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଚୀନ ସହ ଭାରତ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି । ଏହାକୁ ନେଇ କଂଗ୍ରେସ ନିୟମିତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛି । ଆଜି ମଧ୍ୟ ରାହୁଳ ଗାନ୍ଧୀ ଟ୍ବିଟ୍ କରି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ରାହୁଳ କହିଛନ୍ତି ଯେତେବେଳେ ଲାଦାଖବାସୀ ଚୀନ ଅନୁପ୍ରବେଶ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି, ସେତେବେଳେ ତାଙ୍କୁ ଉପେକ୍ଷା କରାଗଲେ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ । ଦୟାକରି ଦେଶ ପାଇଁ ତାହାକୁ ଶୁଣନ୍ତୁ ବୋଲି ରାହୁଳ କହିଛନ୍ତି । ରାହୁଳ ଏକ ସମ୍ବାଦପତ୍ରରେ ପ୍ରକାଶିତ ଖବର ଆଧାରରେ ଏହା କହିଛନ୍ତି । ଯେଉଁଥିରେ କି ଚୀନ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ କରିଥିବା ଲାଦାଖବାସୀ କହିଥିବା ଉଲ୍ଲେଖ ଅଛି ।

ଏହାପୂର୍ବରୁ ରାହୁଳ ଏକ ଭିଡ଼ିଓରେ କହିଥିଲେ – ଲାଦାଖୀ କହୁଛନ୍ତି ଯେ ଚୀନ ଆମ ଦେଶର ଜମିରେ କବଜା କରିଛି । ପ୍ରଧାନମନ୍ତ୍ରୀ କହୁଛନ୍ତି କେହି ଆମର ଜମି ଛଡ଼ାଇ ନେଇ ନାହାନ୍ତି । ସଫା କଥା ହେଉଛି କେହି ଜଣେ ତ ମିଛ କହୁଛନ୍ତି ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories