www.samajalive.in
Sunday, December 7, 2025
18.1 C
Bhubaneswar

ଦବିଗଲା କଂକ୍ରିଟ ; ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଲା ଧାନ ବୋଝେଇ ଟ୍ରକ 

ମୁଖୀଗୁଡା : ଏକ ଧାନ ବୋଝେଇ ଟ୍ରକ ଗାଈଧାର ନଦୀ ଉପରେ ପୁରୁଣା ବ୍ରିଜକୁ ସଂଲଗ୍ନ କରି ନବ ନିର୍ମିତ କଲଭର୍ଟ ମଝିରେ ଦବିଯିବା ପରେ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିଲା । ପ୍ରତାପପୁର ମଣ୍ଡିରୁରୁ ଏକ ଟ୍ରକ ଧାନ ନେଇ ଲଡୁଗାଁର ଏକ ମିଲକୁ ଯାଉଥିବା ବେଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ଚାଚିଗୁଡା-କୁମଜୋର ରାସ୍ତା ଗାଈ ଧାର ନଦୀ ଉପରେ କଂକ୍ରିଟ ଦବି ଯିବା ପରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ଉକ୍ତ ଟ୍ରକକୁ ଉଦ୍ଧାର କରାଯାଇଥିଲା। ଗାଇଧାର ନଦୀରେ ପୂର୍ବରୁ ପୁରୁଣା ବ୍ରିଜଥିଲା। କିନ୍ତୁ ପୁରୁଣା ବ୍ରିଜରୁ ୧୦ ଫୁଟ ଛାଡି ଏକ କଲଭର୍ଟ ନିର୍ମାଣ ସହ ପୁରୁଣା ବ୍ରିଜକୁ କେବଳ କଂକ୍ରିଟ ପକାଇ ସଂଯୋଗ କରାଯାଇଥିଲା। ଯାହାଫଳରେ ଉକ୍ତ ସ୍ଥାନ ଦୁର୍ବଳ ହେବା ସହ ଟ୍ରକର ଚକ ଦବି ଯାଇଥିଲା। ତେବେ ବ୍ରିଜ ଏବଂ କଲଭର୍ଟ ମଧରେ କେବଳ ଅଳ୍ପ କଂକ୍ରିଟ ଦେବା ବଦଳରେ ଲୁହା ଛଡ଼ ଦିଆ ଯାଇ ଥିଲେ ଏଭଳି ଅବସ୍ଥା ଘଟି ନଥାନ୍ତା ବୋଲି ସ୍ଥାନୀୟ ଲୋକଙ୍କ ମତ ପ୍ରକାଶ ପାଇଛି ।ସବୁଠୁ ଆଶ୍ଚର୍ୟ୍ୟ କଥା ,ଉକ୍ତ କଲଭର୍ଟ କାମ ଗତ ଏକମାସ ତଳେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କରାଯାଇଥିଲା । ଏ ସମ୍ପର୍କରେ ବିଭାଗୀୟ ଜେଇ କିମ୍ବା ଏସଡ଼ିଓଙ୍କ କୌଣସି ମତ କିମ୍ବା ତଥ୍ୟ ମିଳି ନଥିବା ବେଳେ ବେଳେ ବିଭାଗିୟ ଅଧିକାରୀଙ୍କ ଦୁରଦୃଷ୍ଟି ଏବଂ ଦାୟିତ୍ୱ ହୀନତା ଯୋଗୁଁ ଏଭଳି ହେଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ଉକ୍ତ ଟ୍ରକରେ ଓଭର ଲୋଡିଙ୍ଗ ଯୋଗୁଁ ଏଭଳି ଅବସ୍ଥା ହେଲା ବୋଲି କୁହାଯାଉଛି। ତେବେ ଏହି ରାସ୍ତାକୁ ଅଞ୍ଚଳର ଲୋକେ ମୁଖ୍ୟ ରାସ୍ତା ରୂପେ ବ୍ୟବହାର କରୁଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତ୍ରୁଟି ସୁଧାରିବା ଦିଗରେ ଆବଶ୍ୟକ ପଦକ୍ଷେପ ନନେଲେ କୋଣସି ବଡ଼ ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories