www.samajalive.in
Sunday, December 14, 2025
26.1 C
Bhubaneswar

ଜୟପାଟଣା ଥାନାଧିକାରୀଙ୍କ ଉପରେ ଆକ୍ରମଣ

ମୁଖୀଗୁଡା: ଅଭିଯୁକ୍ତକୁ ଧରିବାକୁ ଯାଇ ଜୟପାଟଣା ଥାନାଧିକାରୀ ଆକ୍ରମଣର ଶିକାର ହୋଇଛନ୍ତି। ମୂଖିଗୁଡା ଓ ଏଚପିସି କଲୋନୀ ମଧ୍ୟରେ ରହୁଥିବା ଜଣେ କର୍ମଚାରୀ ଅନ୍ୟ ଦୁଇ ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଜୟପାଟଣା ଥାନାରେ ସୂଚନା ଦିଆଯାଇଥିଲା। ସୂଚନା ପାଇ ଜୟପାଟଣା ଥାନା ଅଧିକାରୀ ସଦଳବଳେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ତାର ଆକ୍ରମଣରେ ଅଧିକାରୀ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ ମୂଖିଗୁଡା ଓ ଏଚପିସିରେ କାର୍ଯ୍ୟରତ କୁଳମଣି ରଥ ଓ ତାଙ୍କ ପୁଅ ପୂର୍ଣ୍ଣ ଚନ୍ଦ୍ର ରଥ ସନ୍ଧ୍ୟା ସମୟରେ ପାରିବାରିକ କଳହକୁ କେନ୍ଦ୍ର କରି ପଡୋଶୀ କାଲି ଚରଣ ଭୂଇଁଆଁ ଓ ପୁଅ ଦୁତି କୃଷ୍ଣଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

ଉଭୟ ଗୁରୁତର ଅବସ୍ଥାରେ ଥାଇ ଜୟପାଟଣା ଥାନାରେ ରିପୋର୍ଟ ଦେବା ପରେ ରାତି ୮ଟା ବେଳେ ଥାନାଧିକାରୀ ବାସୁଦେବ ଛତ୍ରିଆ ଦଳ ବଳ ନେଇ ଅଭିଯୁକ୍ତଙ୍କ ଘରେ ପହଁଚିଲା ବେଳକୁ କୂଳମଣି ପ୍ରଥମେ ଗରମ ପାଣି ଫିଙ୍ଗି ଥିଲା ଏବଂ ପରେ ଏକ ଧାରୁଆ ଅସ୍ତ୍ରରେ ଥାନା ଅଧିକାରୀଙ୍କ ମୁହଁରେ ଆକ୍ରମଣ କରିଥିଲା। ଥାନା ଅଧିକାରୀ ଜୟପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ କାଳୀ ଚରଣ ଭୂଇଁଆଁଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ପୁଅ ହାତରେ ଶକ୍ତ ଆଘାତ ଲାଗିଛି। ଥାନାଧିକାରୀ ଆହତ ଥିବା ସତ୍ୱେ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ଥାନାରେ ଅଟକ ରଖିଥିବା ସୂଚନାରୁ ପ୍ରକାଶ। ଗତକାଲି ବାସୁଦେବ ଛତ୍ରୀଆ ଜୟପାଟଣା ଥାନାରେ ଯୋଗ ଦେଇଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories