www.samajalive.in
Sunday, December 14, 2025
23.1 C
Bhubaneswar

ଅନାଥ ବାଳକକୁ ଆପଣେଇଲେ ବିଧାୟିକା

ରେଙ୍ଗାଲିକେମ୍ପ: ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଜଣେ ତିନି ବର୍ଷର ଅସହାୟ ବାଳକକୁ ଆପଣେଇ ଆଦର୍ଶ ରାଜନେତ୍ରୀ ସହ ଜଣେ ଶିଶୁବତ୍ସଲା ନାରୀର ପ୍ରମାଣ ଦେଇଛନ୍ତି। ବିଧାୟିକା ଆପଣେଇ ନେଇଥିବା ଏହି ଅନାଥ ଶିଶୁଟି ହେଉଛି ଅତାବିରା ବ୍ଲକ ବୁଗୁବୁଗା ପଞ୍ଚାୟତର ପାଲିବୁଗୁବୁଗା ହରିଜନ ପଡ଼ାର ନିକଟ ଅତୀତରେ ସ୍ୱର୍ଗବାସୀ ହୋଇଥିବା ଜଗବନ୍ଧୁ ଗର୍ଡିଆ ଓ ଝିଲି ଗର୍ଡ଼ିଆଙ୍କ ଏକମାତ୍ର ସନ୍ତାନ ରିତିକ୍ ଗର୍ଡିଆ। ପ୍ରକାଶ ଥାଉକି କାର୍ତ୍ତିକ ଗର୍ଡିଆ କେନାଲ ବିଭାଗରେ ଏନାମାର କାମ କରି ପରିବାର ଚଳାଉଥିଲେ। ଶ୍ୱଶୁରଙ୍କ ଇନ୍ଦିରା ଆବାସ ଘରେ ରହି ଦିନ କାଟୁଥିଲେ। କିନ୍ତୁ ଝାଡା ବାନ୍ତିରେ ଗତ କାର୍ତ୍ତିକ ଏକାଦଶୀ ଦିନ ସେ ଆରପାରିକୁ ଚାଲିଯାଇଥିଲେ। ପିତୃହରା ତିନି ବର୍ଷର ଶିଶୁ ରିତିକ ମା’ର ଅଶ୍ରାରେ ରହିଥିଲା। ଶୁଦ୍ଧିକ୍ରିୟା ପାଇଁ କେନାଲ ବିଭାଗ ପକ୍ଷରୁ କିଛି ଆର୍ଥିକ ସହାୟତା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶିଶୁ ପୁତ୍ର ଧରି ଏକାକୀ ପରିବାର ଚଳାଇବା ଝିଲିଙ୍କ ପାଇଁ ଦୁର୍ବିସହ ହୋଇପଡିଥିଲା।

ଏଇ ଚିନ୍ତାରେ ସେ ଦିନକୁ ଦିନ ଭାଙ୍ଗି ପଡ଼ିଲେ। ଏପରିକି ଚିନ୍ତାଗ୍ରସ୍ତ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଗ୍ରାସ କଲା। ଝିଲିର କାକି ଶାଶୁ ତାଙ୍କୁ ବୁର୍ଲ୍ଲାରେ ଭର୍ତ୍ତି କରିଥିଲେ ଚିକିତ୍ସା ପାଇଁ। ୨୦ଦିନ ବୁର୍ଲାରେ ରଖିବା ପରେ ତାଙ୍କୁ ଘରକୁ ଅଣାଗଲା। କିନ୍ତୁ ଶିଶୁ ରିତିକର ଭାଗ୍ୟରେ ମାତୃ ସ୍ନେହ ବି ବୋଧେ ଲେଖାନଥିଲା। ୪ଦିନ ପରେ ଝିଲି ମଧ୍ୟ ଆରପାରିକୁ ଚାଲିଗଲା। ଏହି ଖବର ପାଇ ତାର ଶୁଦ୍ଧିକ୍ରିୟା ପାଇଁ କିଛି ଆର୍ଥିକ ସହାୟତା ଦେବା ପାଇଁ ଆସିଥିଲେ ବିଧାୟିକା। କିନ୍ତୁ ଅନାଥ ଶିଶୁ ରୀତିକର କରୁଣ କ୍ରନ୍ଦନ ଓ ନିରାଶ୍ରୀ ଆଖିର ଚାହାଣି ବିଧାୟିକାଙ୍କ ହୃଦୟକୁ ତରଳାଇ ଦେଇଥିଲା। ସେ ସବୁକିଛି ଭୁଲିଯାଇ ତାକୁ କୋଳକୁ ଟାଣି ନେଇଥିଲେ।ତାକୁ ନିଜ ଘରକୁ ନେଇ ତାର ସମସ୍ତ ଭରଣପୋଷଣ ଦାୟିତ୍ବ ନେଇ ତାକୁ ଭଲ ମଣିଷଟିଏ କରିବେ ବୋଲି କହିଥିଲେ। ଝିଲିର ଶୁଦ୍ଧିକ୍ରିୟା ପାଇଁ କିଛି ଆର୍ଥିକ ସାହାଯ୍ୟ ଦେଇ ଲବକୁ ନେଇ ଆସିଥିଲେ ନିଜ ସାଥିରେ। ତାଙ୍କର ଏହି ମହାନତା ପାଇଁ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories