www.samajalive.in
Saturday, December 6, 2025
23.1 C
Bhubaneswar

ମୁକେଶ ଅମ୍ବାନୀ ବିଶ୍ବର ଚତୁର୍ଥ ଧନୀ, ୮୦ ବିଲିୟନ୍‌ ଡଲାର ଟପିଲା ସମ୍ପତ୍ତି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ମୁଖ୍ୟ ମୁକେଶ ଅମ୍ବାନୀ ହୋଇଛନ୍ତି ବିଶ୍ବର ଚତୁର୍ଥ ଧନୀ ବ୍ୟକ୍ତି। ମୁକେଶଙ୍କ ସମ୍ପତ୍ତି ପରିମାଣରେ ଅହେତୁକ ବୃଦ୍ଧି ତାଙ୍କୁ ଏହି ସଫଳତା ଆଣିଦେଇଛି। ଜୁଲାଇରେ ଧନୀ ତାଲିକାର ୭ମ ସ୍ଥାନରେ ରହିଥିବା ମୁକେଶ ଏବେ ଚତୁର୍ଥ ସ୍ଥାନକୁ ଉଠିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୮୦.୬ ବିଲିୟନ୍‌ ଡଲାରରେ ପହଞ୍ଚିଛି। ପୂର୍ବରୁ ସେ ୱର୍କସାୟାର ହାଥୱେର ମୁଖ୍ୟ ୱାରେନ୍‌ ବଫେଙ୍କୁ ସମ୍ପତ୍ତିରେ ପଛରେ ପକାଇଥିବାବେଳେ ଏବେ ଏଲ୍‌ଭିଏମ୍‌ଏଚ୍‌ର ବର୍ଣ୍ଣାଡ୍‌ ଆର୍ନୋଲ୍ଟଙ୍କୁ ଟପିଥିବା ସମ୍ପ୍ରତି ପ୍ରକାଶିତ ବ୍ଲୁମବର୍ଗ ବିଲିନଏର୍ସ ଇଣ୍ଡେକ୍ସରେ ଦର୍ଶାଯାଇଛି।

ପ୍ରଥମେ ଜୁନ୍‌ରେ ମୁକେଶ ବିଶ୍ବର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ କ୍ଲବରେ ସାମିଲ ହୋଇଥିଲେ। ବର୍ତ୍ତମାନ ଏହି ଧନୀ ତାଲିକାରେ ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜସ୍‌ ୧୮୭ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ମାଇକ୍ରୋସଫ୍ଟର ବିଲ୍‌ ଗେଟ୍‌ସ ୧୨୧ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଫେସ୍‌ବୁକ୍‌ର ମାର୍କ ଜୁକରବର୍ଗ ୧୦୨ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ତାଲିକାର ତୃତୀୟ ସ୍ଥାନରେ ରହିଛି। ସେହିଭଳି ଏଲ୍‌ଭିଏମ୍‌ଏଚ୍‌ର ବର୍ଣ୍ଣାଡ୍‌ ଆର୍ନଲ୍ଟ ଆଣ୍ଡ୍‌ ଫ୍ୟାମିଲି(୮୦.୨ ବିଲିୟନ୍‌ ଡଲାର) ସମ୍ପତ୍ତି ସହ ଚତୁର୍ଥରୁ ପଞ୍ଚମ ସ୍ଥାନକୁ ଖସିଆସିଛନ୍ତି। ଅନ୍ୟପକ୍ଷରେ ୱର୍କସାୟାର ହାଥୱେର ମୁଖ୍ୟ ୱାରେନ୍‌ ବଫେ (୭୯.୨ ବିଲିୟନ୍‌ ଡଲାର) ସମ୍ପତ୍ତି ସହ ଷଷ୍ଠ ଏବଂ ମାଇକ୍ରୋସଫ୍ଟର ଷ୍ଟିଭ୍‌ ବାଲମର(୭୬.୪ ବିଲିୟନ୍‌ ଡଲାର)ର ସମ୍ପତ୍ତି ସହ ଧନୀ ତାଲିକାର ୭ମ ସ୍ଥାନରେ ରହିଛନ୍ତି।

- Advertisement -

ବିଶ୍ବର ଶ୍ରେଷ୍ଠ ୭ ଧନୀ ବ୍ୟକ୍ତିଙ୍କ ତାଲିକା

ମାନ୍ୟତା       ନାମ         ସମ୍ପତ୍ତି ପରିମାଣ                   କମ୍ପାନୀ

(ବିଲିୟନ୍‌ ଡଲାର‌ରେ)

୧      ଜେଫ୍‌ ବେଜସ୍‌         ୧୮୭                         ଆମାଜନ୍‌
୨      ବିଲ୍‌ ଗେଟ୍‌ସ           ୧୨୧                       ମାଇକ୍ରୋସଫ୍ଟ
୩      ମାର୍କ ଜୁକରବର୍ଗ        ୧୦୨                  ଫେସବୁକ୍‌ ଏଲ୍‌ଭିଏମ୍‌ଏଚ୍‌
୪      ମୁକେଶ ଅମ୍ବାନୀ        ୮୦.୬                      ଆର୍‌ଆଇଏଲ୍‌
୫      ବର୍ଣ୍ଣାଡ୍‌ ଆର୍ନୋଲ୍ଟ        ୮୦.୨                     ଏଲ୍‌ଭିଏମ୍‌ଏଚ୍‌
୬      ୱାରେନ୍‌ ବଫେ          ୭୯.୨                  ୱର୍କସାୟାର ହାଥୱେ
୭.     ଷ୍ଟିଭ୍‌ ବାଲମର           ୭୬.୪                      ମାଇକ୍ରୋସଫ୍ଟ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories