www.samajalive.in
Saturday, December 6, 2025
14.1 C
Bhubaneswar

ରାମ ମନ୍ଦିର ନିର୍ମାଣକୁ ନେଇ ଧମକପୂର୍ଣ୍ଣ ଅଡିଓ କ୍ଲିପ୍ ଭାଇରାଲ, ମାମଲା ରୁଜୁ

ଲକ୍ଷ୍ନୌ : ରାମ ମନ୍ଦିର ନିର୍ମାଣକୁ ନେଇ ଧମକପୂର୍ଣ୍ଣ ଅଡିଓ କ୍ଲିପ୍ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ଲକ୍ଷ୍ନୌରେ ବିଭିନ୍ନ ଆନ୍ତର୍ଜାତୀୟ ନମ୍ବରରୁ ମିଡିଆ କର୍ମଚାରୀ ଏବଂ ଅନ୍ୟମାନଙ୍କୁ ଫୋନ୍ କଲ ଆସିଥିଲା। କଲ୍ ରିସିଭ୍ କରିବା ପରେ ସମସ୍ତଙ୍କୁ ଏକ ଧମକପୂର୍ଣ୍ଣ ଅଡିଓ କ୍ଲିପ୍ ଶୁଣିବାକୁ ମିଳିଥିଲା। ରାମ ମନ୍ଦିର ନିର୍ମାଣକୁ ନେଇ ସରକାରୀ ବିରୋଧୀ ମନ୍ତବ୍ୟ ମଧ୍ୟ ଏହି କ୍ଳିପ୍‌ରେ ଶୁଣିବାକୁ ମିଳିଥିଲା। ଅପରାହ୍ନରେ ସୋସିଆଲ ମିଡିଆରେ ଏହି ଅଡିଓ କ୍ଲିପ ଭାଇରାଲ ହେବା ପରେ ପୁଲିସ ନିଜ ଆଡୁ ତରବରିଆ ଭାବେ ହାଜରତଞ୍ଜ ଥାନାରେ ମକଦ୍ଦମା ରୁଜୁ କରିଛି।

ପୁଲିସ କମିଶନର ସୁଜିତ ପାଣ୍ଡେଙ୍କ କହିବାନୁଯାୟୀ, କିଛି ମିଡିଆ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ନିକଟକୁ ଅଜଣା ନମ୍ବରରୁ କଲ୍ ଆସୁଛି। କଲ୍ କରୁଥିବା ବ୍ୟକ୍ତି ସରକାର ବିରୋଧୀ ବୟାନ ଦେଉଛି। ଘଟଣାର ତଦନ୍ତ ଜାରି ରହିଛି। ଏସିପି ହଜରତଗଞ୍ଜ ଅଭୟ କୁମାର ମିଶ୍ରା କହିଛନ୍ତି ଯେ, ଦାରୁଗା ମହେଶ ଦତ୍ତ ଶୁକ୍ଲା ନାମକ ଜଣେ ଯୁବକଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ୟୁସୁଫ ଅଲି ନାମକ ଜଣେ ଯୁବକ ଅନେକ ଗଣମାଧ୍ୟମ ବ୍ୟକ୍ତିଙ୍କ ମୋବାଇଲ୍ ଫୋନରେ VoIP ନମ୍ବରରୁ ଫୋନ କରି ରାଷ୍ଟ୍ର ବିରୋଧୀ ଏବଂ ଧାର୍ମିକ ଭାବନାକୁ ଆଘାତ କଲା ଭଳି କିଛି କହିଥିବା ଅଭିଯୋଗ ହୋଇଛି।

- Advertisement -

ଅଡିଓରେ କୁହାଯାଇଛି ଯେ … ମୋର ନାମ ୟୁସୁଫ୍ ଅଲି। ମୋର ବାର୍ତ୍ତା ଭାରତରେ ରହୁଥିବା ମୁସଲମାନ ଭାଇଭଉଣୀଙ୍କ ପାଇଁ।  ରାମ ମନ୍ଦିର ନିର୍ମାଣ ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାର ଆରମ୍ଭ। ମୁସଲିମ ଭାଇଭଉଣୀଙ୍କୁ ମୁଁ ଆହ୍ବାନ ଦେଉଛି ଯେ, ଆସନ୍ତୁ ଅଗଷ୍ଟ  ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତାକା ଉତ୍ତୋଳନ ବନ୍ଦ କରିବା। ଶିଖ୍ ଭାଇଭଉଣୀଙ୍କଠାରୁ ଆମକୁ ଶିଖିବା ଉଚିତ୍… ଭାରତର ମୁସଲମାନମାନଙ୍କ ପାଇଁ ଏକ ପୃଥକ ଦେଶ ଗଠନ ପାଇଁ ମଧ୍ୟ କାର୍ଯ୍ୟ କରିବା ଉଚିତ୍।

ଏସିପି ହଜରତଗଞ୍ଜ ଅଭୟ କୁମାର ମିଶ୍ରାଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ଅନୁସନ୍ଧାନରୁ ଏହି ଧମକପୂର୍ଣ୍ଣ କଲ ଆସୁଥିବା ନମ୍ବର ବିଦେଶୀ ନମ୍ବର ବୋଲି ଜଣାପଡିଛି। ଏହି ମାମଲାରେ ଯିଏ ଦୋଷୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ କମିଶନର ନିବେଦନ କରିଛନ୍ତି ଯେ, ଯଦି କେହି ଏପରି କଲ୍ ପାଉଛନ୍ତି, ତେବେ ସେ ସେହି ବାର୍ତ୍ତା ୯୪୫୪୪୦୧୫୦୮ କୁ ପଠାନ୍ତୁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories