www.samajalive.in
Sunday, December 7, 2025
14.1 C
Bhubaneswar

ଧରାପଡିଲା ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ମିଥ୍ୟା: ପର୍ଦ୍ଦାଫାଶ କଲେ ପୂର୍ବତନ ମନ୍ତ୍ରୀ

ମାଳଦ୍ୱୀପ: ହଜାର ହଜାର ଭାରତୀୟ ସେନା ନିୟୋଜିତ ସମ୍ପର୍କରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଦେଇଥିବା ମନ୍ତବ୍ୟ ମିଥ୍ୟା ସାବ୍ୟସ୍ତ ହୋଇଛି। ମାଳଦ୍ୱୀପର ପୂର୍ବତନ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସହିଦ ରାଷ୍ଟ୍ରପତିଙ୍କ ମନ୍ତବ୍ୟର ପର୍ଦ୍ଦାଫାଶ କରିଛନ୍ତି। ସେ କହିଛନ୍ତି ଯେ ହଜାର ହଜାର ଭାରତୀୟ ସେନା ନିୟୋଜିତ ଥିବା ନେଇ ମୁଇଜୁ ଦେଇଥିବା ମନ୍ତବ୍ୟ ମିଥ୍ୟା ଅଟେ। ଏହାସହିତ ସେ କହିଛନ୍ତି ଯେ ତାଙ୍କ ଦେଶରେ କୌଣସି ବିଦେଶୀ ସୈନିକ ଅସ୍ତ୍ରଶସ୍ତ୍ର ସହ ନିୟୋଜିତ ହୋଇନାହାଁନ୍ତି। ଏକ ପୋଷ୍ଟରେ ପୂର୍ବତନ ମନ୍ତ୍ରୀ ଅବଦୁଲ୍ଲା ସହିଦ କହିଛନ୍ତି ଭାରତ-ମାଳଦ୍ୱୀପ ବିବାଦ ୧୦୦ଦିନ ବିତିଲାଣି। ଏହାଭିତରେ ପ୍ରମାଣିତ ହୋଇଛି ଯେ ମୁଇଜୁ ଦେଇଥିବା ମନ୍ତବ୍ୟ ସମୂର୍ଣ୍ଣ ମିଥ୍ୟା ଅଟେ। ସେନା ନିୟୋଜିତ ଥିବାର କୌଣସି ପ୍ରମାଣ ତାଙ୍କ ପାଖରେ ନାହିଁ। ସେହି ଦେଶରେ କୌଣସି ବିଦେଶୀ ସୈନକ ଅସ୍ତ୍ରଶସ୍ତ୍ର ସହ ନିୟୋଜିତ ନାହାଁନ୍ତି।
ଭାରତୀୟ ସୈନ୍ୟଙ୍କୁ ମାଳଦ୍ୱୀପରୁ ହଟାଇବା ମୁଇଜୁଙ୍କ ଦଳର ମୁଖ୍ୟ ଲକ୍ଷ୍ୟ ଥିଲା। ଏଥିପାଇଁ ଲଗାତାର ଭାରତ ବିରୋଧୀ ମନ୍ତବ୍ୟ ଦେଉଥିଲେ ରାଷ୍ଟ୍ରପତି ମୁଇଜୁ। ନିର୍ବାଚନ ଜିତି ରାଷ୍ଟ୍ରପତି ହେବା ପରଠାରୁ ଆନୁଷ୍ଠାନିକ ଭାବେ ଭାରତ ସରକାରଙ୍କୁ ମାଳଦ୍ୱୀପରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ବର୍ତମାନ ମାଳଦ୍ୱୀପରେ ୭୦ ସୈନିକ, ଡର୍ନିଅର୍‍ ୨୨୮ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଏବଂ ଦୁଇଟି ହେଲିକପ୍ଟର ମୁତୟନ ହୋଇଛନ୍ତି।

 

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories