୧୩ବର୍ଷର ବର ୨୩ବର୍ଷର କନ୍ୟାର ବିବାହ

0

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଏକ ଗ୍ରାମରେ ୧୩ ବର୍ଷର ନାବାଳକ ସହ ୨୩ବର୍ଷର କନ୍ୟାର ବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ପରେ ପ୍ରଶାସନ ପକ୍ଷରୁ ଉକ୍ତ ପରିବାରବର୍ଗଙ୍କୁ ଖୋଜା ପଡ଼ିଛି। ଆନ୍ଧ୍ରର କୁରନୁଲର ଉପ୍ପାରାହଲ ଗ୍ରାମରେ ୧୩ବର୍ଷର ପୁଅ ସହ ୨୩ବର୍ଷର କନ୍ୟାର ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ସମଗ୍ର ଗ୍ରାମବାସୀ ଉପସ୍ଥିତ ହେବା ସହ ବେଶ୍‍ ଧୂମଧାମରେ ପାଳିତ ହୋଇଥିଲା ଉତ୍ସବ। ଏ ଘଟଣା ୨୦୧୮ଏପ୍ରିଲରେ ହୋଇଥିଲା। ତେବେ ସୋସିଆଲ ମିଡିଆରେ ଏଭଳି ବିବାହର ସୁରାକ ପ୍ରଶାସନକୁ ମିଳିବା ପରେ ଏ ସମ୍ପର୍କରେ ଜଣାପଡ଼ିଛି। ବିବାହ ହୋଇଥିବା ବାଳକର ମା’ ପ୍ରାୟତଃ ଅସୁସ୍ଥ ରହୁଥିଲେ। ମଦ୍ୟପ ସ୍ୱାମୀ ତାଙ୍କ ପାଇଁ ପାଲଟିଥିଲା ଆଉ ଏକ ବିଡ଼ମ୍ବନା। ଏଭଳି ପରିସ୍ଥିତିରେ ନିଜ ୧୩ବର୍ଷର ପୁଅର ରକ୍ଷଣାବେକ୍ଷଣ ପାଇଁ ସେ ଚିନ୍ତିତ ଥିଲେ। ଏଭଳି ସମୟରେ ବେଙ୍ଗାଲୁରୁ ପାଖରେ ବାଳକର ମା’ଙ୍କ ସହ କନ୍ୟାର ପରିବାରବର୍ଗଙ୍କ ସାକ୍ଷାତ ହୋଇଥିଲା। ନାବାଳିକର ମା’ଙ୍କ ସମସ୍ୟା ଶୁଣି ଉଭୟ ପରିବାର ସେମାନଙ୍କ ୨୩ବର୍ଷିୟା କନ୍ୟା ସହ ନାବାଳକର ବିବାହ ଚୂଡ଼ାନ୍ତ କରିଦେଇଥିଲେ। ୨୭ ଏପ୍ରିଲରେ ଉଭୟଙ୍କ ବିବାହ ବେଶ୍‍ ଧୂମଧାମରେ ହୋଇଥିଲା। ଏହି ଖବର ସ୍ଥାନୀୟ ପ୍ରଶାସନକୁ ମିଳିବା ପରେ ସେମାନେ ଉକ୍ତ ଗ୍ରାମରେ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ଉକ୍ତ ପରିବାରବର୍ଗଙ୍କୁ ପାଇ ନଥିଲେ। ଜିଲାର ଶିଶୁ କଲ୍ୟାଣ ଅଧିକାରୀ ମଧ୍ୟ ତଦନ୍ତ କରି ଉକ୍ତ ପରିବାର ଦିନମଜୁରିଆ ଭାବରେ ପରିବାର ପ୍ରତିପୋଷଣ କରୁଥିବା ଜଣିବାକୁ ପଇଛନ୍ତି। ନାବାଳିକ ବାଳକର ଜଣେ ସାନ ଭାଇ ଓ ଦୁଇ ସାନ ଭଉଣୀ ମଧ୍ୟ ଅଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କ ଆତ୍ମସମର୍ପଣ କରିବାକୁ ତାଗିଦ୍‍ କାରଣ ଏଭଳି ବିବାହ ବୈଧ ନୁହେଁ ବୋଲି ସ୍ଥାନୀୟ ପ୍ରଶାସନ ନିର୍ଦେଶ ଦେଇଛି।

Leave A Reply