www.samajalive.in
Monday, December 15, 2025
26.1 C
Bhubaneswar

ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ଶଶି ଶେଖର ମହାନ୍ତି ଉପାଧ୍ୟକ୍ଷ ଭାବେ ପ୍ରଦୀପ୍ତ ମହାନ୍ତି ନିର୍ବାଚିତ

ଭୁବନେଶ୍ୱର: ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ୧ ମାର୍ଚ୍ଚ ୨୦୨୩ରେ ଅନୁଷ୍ଠିତ ପ୍ରଥମ ପୁନର୍ଗଠିତ ରାଜ୍ୟ ପରିଷଦ ବୈଠକରେ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶଶି ଶେଖର ମହାନ୍ତିଙ୍କୁ ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଓ ପ୍ରଦୀପ୍ତ ମହାନ୍ତିଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି ।
ଶଶି ଶେଖର ମହାନ୍ତି ଏବେ ଏସାର୍‌ ମିନ୍‌ମେଟ୍‌ ଲିମିଟେଡ୍‌ର ସିଇଓ ଓ ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରଦୀପ୍ତ ମହାନ୍ତି ସୁରେନ୍ଦ୍ର ମାଇନିଂ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।

ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆୟୋଜିତ “ଓଡ଼ିଶା: ଏମ୍‌ଏସ୍‌ଏମ୍‌ଇ, ଉଦ୍ୟୋଗୀ, ଆଇଟି ଓ ଶିଳ୍ପ ପାଇଁ ଏକ ସୁଯୋଗର ଭୂମି’ ଶୀର୍ଷକ ସମ୍ମିଳନୀରେ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ ଓଡ଼ିଶାକୁ ସୁଯୋଗର ଗନ୍ତାଘର ବୋଲି ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଶଶି ଶେଖର ମହାନ୍ତି କହିଛନ୍ତି । ବୁଧବାର ଭୁବନେଶ୍ୱରଠାରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆୟୋଜିତ “ଓଡ଼ିଶା: ଏମ୍‌ଏସ୍‌ଏମ୍‌ଇ, ଉଦ୍ୟୋଗୀ, ଆଇଟି ଓ ଶିଳ୍ପ ପାଇଁ ଏକ ସୁଯୋଗର ଭୂମି’ ଶୀର୍ଷକ ସମ୍ମିଳନୀକୁ ସେ ସମ୍ବୋଧିତ କରିଥିଲେ । ଏହି ସମ୍ମିଳନୀରେ ସିଆଇଆଇ ପୂର୍ବାଚଂଳର ଉପାଧ୍ୟକ୍ଷ ଶିବ ସିଦ୍ଧାର୍ଥ କୌଲ ,ଜାଭାଷ୍ଟ୍ରା ଟେକ୍ନୋଲୋଜିସ୍‌ର ଏମ୍‌ଡି ଜେ ବି ପାଣି ,ବେଦାନ୍ତ ଲିମିଟେଡ୍‌ର ଷ୍ଟ୍ରାଟେଜି ଆଣ୍ଡ୍ ବିଜନେସ୍ ଡେଭେଲପ୍‌ମେଂଟ୍ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories