www.samajalive.in
Sunday, December 14, 2025
15.1 C
Bhubaneswar

କୁଇକବି ପ୍ରଦୀପ କହଁରଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ

ଫୁଲବାଣୀ : ଭୁବନେଶ୍ଵର ସ୍ଥିତ ଆଦିବାସୀ ପଡିଆ ୟୁନିଟ୍-୧ରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ଆଦିବାସୀ ମେଳା-୨୦୨୩ର ବୁଧବାର ଥିଲା ଶେଷ ସନ୍ଧ୍ୟା। ଏହି ଶେଷ ସନ୍ଧ୍ୟାରେ ଜନଜାତି ସାହିତ୍ୟ କୃତି ପାଇଁ କନ୍ଧମାଳର କୁଇକବି ପ୍ରଦୀପ କହଁର ‘ଆଦିବାସୀ ପ୍ରତିଭା ସମ୍ମାନ-୨୦୨୩’ ରାଜ୍ୟ ପୁରସ୍କାର ପାଇଛନ୍ତି। ଏହି ପୁରସ୍କାର ପାଇବାରେ ପ୍ରଦୀପ କହଁର ହେଉଛନ୍ତି କନ୍ଧମାଳର ପ୍ରଥମ ବ୍ୟକ୍ତି।

ପ୍ରଦୀପ କହଁର କବିତା, ପ୍ରବନ୍ଧ, ଗଳ୍ପ, କ୍ଷୁଦ୍ର ନାଟକ, ବ୍ୟଙ୍ଗ, ଶିଶୁ କବିତା, ଶିଶୁ ଗଳ୍ପ, ଢଗଢମାଳି, ଭଜନ, ଜଣାଣ ରଚନା କରିଛନ୍ତି। ଏଥିସହ ଆଦିବାସୀ କୁଇକବି ନିଜସ୍ଵ ମାତୃଭାଷା କୁଇଭାଷା ସାହିତ୍ୟରେ ମଧ୍ୟ କୁଇ କବିତା, କୁଇ ପ୍ରବନ୍ଧ, କୁଇ ଗଳ୍ପ, କୁଇ ନାଟକ, କୁଇ ଢଗଢମାଳି, କୁଇ ଗୀତ, କୁଇ ଭଜନ, ଜଣାଣ, କନ୍ଧ ପୂଜା ପଦ୍ଧତି, କନ୍ଧ ସଂସ୍କୃତି ଓ କନ୍ଧବଂଶୀୟ ଗବେଷଣାତ୍ମକ ଲେଖା ଲେଖିବା ସହିତ ଜଣେ ବାଦ୍ୟକାର, ଗୀତିକାର, ମଞ୍ଚ କଳାକାର, କୁଇଭାଷା ଅନୁବାଦକ ଓ କୁଇ ସଂସ୍କୃତି ଗବେଷକ ଭାବେ ପରିଚିତ । ୧୯୯୪ରୁ ଲେଖି ଆସୁଥିବା ହଜାର ହଜାର ଲେଖା ମଧ୍ୟରୁ ପ୍ରକାଶିତ ଚିତ୍ରପଟ୍ଟ, ପକ୍ଷୀ, ସ୍ମୃତିତୀର୍ଥ କବିତା ସଂକଳନ ପାଠକ ଆଦୃତି ଲାଭ କରି ସାରିଛି । ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ପ୍ରାପ୍ତ ହୋଇଥିବା ପୁରସ୍କାର, ସାଲ୍ ଖାନ ହେମ୍ବ୍ରମ୍ ସ୍ମୃତି ସମ୍ମାନ-୨୦୧୮, କନ୍ଧମାଳ ସାରସ୍ୱତ ପ୍ରତିଭା ସମ୍ମାନ-୨୦୧୯, କୁସୁମ ଭାଷା ସାହିତ୍ୟ ସଂସ୍କୃତି ସମ୍ମାନ-୨୦୧୯, ଲୋକକବି ଉପାଧି-୨୦୧୯, ଆମରି ସ୍ରଷ୍ଟା ସମ୍ମାନ-୨୦୨୦, କବି ମଞ୍ଜୁଳ ସ୍ମୃତି ସମ୍ମାନ-୨୦୨୦, ସାରସ୍ୱତ ପ୍ରତିଭା ସମ୍ମାନ-୨୦୨୦, କବିକୁଳ ସମ୍ମାନ-୨୦୨୦, ଜନଜାତୀୟ ଗୌରବ ଦିବସ ସମ୍ମାନ-୨୦୨୨, ଭୀମ ଭୋଇ ପ୍ରତିଭା ସମ୍ମାନ-୨୦୨୩, କେନ୍ଦ୍ର ସାହିତ୍ୟ ଏକାଡେମୀ -୨୦୧୯, କେନ୍ଦ୍ର ସାହିତ୍ୟ ଏକାଡେମୀ- ୨୦୨୨ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରମାଣ ପତ୍ର -୨୦୨୨ ଦ୍ଵାରା ପୁରସ୍କୃତ ଏବଂ ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ, ସମ୍ବର୍ଦ୍ଧିତ ପ୍ରଶସ୍ତି ପତ୍ର ରହିଛି। ଏହି ସମ୍ମାନ ପାଇଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ଓ କନ୍ଧମାଳର ଗର୍ବ ଓ ଗୌରବ ହୋଇ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories