www.samajalive.in
Saturday, December 6, 2025
23.1 C
Bhubaneswar

ମନ୍ଦିରରେ ଧରାଦେଲା ମୋଷ୍ଟ ୱାଣ୍ଟେଡ୍‌ ବିକାଶ ଦୁବେ

ଭୋପାଳ: ଉତ୍ତରପ୍ରଦେଶର କାନପୁରରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା ସମେତ ବହୁ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେ ଶେଷରେ ଧରାପଡ଼ିଛି। ୭ ଦିନର ଲୁଚକାଳି ଖେଳ ପରେ ମଧ୍ୟପ୍ରଦେଶ ପୁଲିସ ଉଜ୍ଜୟିନୀସ୍ଥିତ ଏକ  ମନ୍ଦିର ଭିତରୁ ବିକାଶକୁ ଗୁରୁବାର ସକାଳେ ଗିରଫ କରିଛି। ପୁଲିସ ବିକାଶର ୨ ସହଯୋଗୀଙ୍କୁ ଏନକାଉଣ୍ଟର କରିବା ପରେ ବିକାଶକୁ ଖୋଜୁଥିଲା। କିନ୍ତୁ ସେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଲୁଚିଥିବା ଖବର ପାଇଁ ସ୍ଥାନୀୟ ପୁଲିସ ତା’କୁ ଗିରଫ କରିଥିଲା। ଏନକାଉଣ୍ଟରରୁ ବର୍ତ୍ତିବା ଲାଗି ବିକାଶ ମନ୍ଦିର ଭିତରେ ଚିତ୍କାର କରି ପୁଲିସକୁ ନିଜର ପରିଚୟ ଜଣାଇଥିଲା।

ବିକାଶ ଗିରଫ ହେବା ପରେ ମଧ୍ୟପ୍ରଦେଶ ପୁଲିସ ହେପାଜତରେ ରହିଛି। ତା’କୁ କୋର୍ଟରେ ହାଜର କରାଯିବା ପରେ ମଧ୍ୟପ୍ରଦେଶ ପୁଲିସ ତା’କୁ ଉତ୍ତର ପ୍ରଦେଶ ପୁଲିସକୁ ହସ୍ତାନ୍ତର କରିବ। ବିକାଶ ନାମରେ ଉତ୍ତରପ୍ରଦେଶ ପୁଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ବିକାଶ ୨୦୦୧ ମସିହାରେ ଥାନାରେ ପଶି ମନ୍ତ୍ରୀ ସନ୍ତୋଷ ଶୁକ୍ଳାଙ୍କୁ ହତ୍ୟା କରିଥିଲା।

- Advertisement -

ସୂଚନାଯୋଗ୍ୟ, ଗତ ସପ୍ତାହରେ କାନପୁରର ଚୌବେପୁର ଥାନା ଅନ୍ତର୍ଗତ ବକ୍‌ରୁ ଗ୍ରାମରେ ପୁଲିସ ଏବଂ ବିକାଶ ଓ ବିକାଶ ଗ୍ୟାଙ୍ଗ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପୁଲିସ ବିକାଶକୁ ଗିରଫ କରିବାକୁ ଯାଇଥିବାବେଳେ ବିକାଶ ଓ ତା’ର ସହଯୋଗୀମାନେ ଏକ ଛାତ ଉପରୁ ଏକେ-୪୭ ବନ୍ଧୁକରୁ ଗୁଳି ଚଳାଇଥିଲେ। ଏଥିରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ୮ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ଏହି ଘଟଣା ପରଠାରୁ ପୁଲିସ ବିକାଶକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା। କିନ୍ତୁ ବିକାଶ ପ୍ରତିଦିନ ନୂଆ ସହରରେ ଆତ୍ମଗୋପନ କରି ପୁଲିସ ଆଖିରେ ଧୂଳି ଦେବାରେ ସଫଳ ହେଉଥିଲା।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories