www.samajalive.in
Wednesday, December 10, 2025
16.1 C
Bhubaneswar

କୃଷକ ଆନ୍ଦୋଳନ ବନାମ କେନ୍ଦ୍ରକୁ ସମର୍ଥନ – ୩ଟି ସଂସଦୀୟ କମିଟୀରୁ ଇସ୍ତଫା ଦେଲେ ସାଂସଦ ହନୁମାନ ବେଣୀୱାଲ

ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆରଏଲପି ମୁଖ୍ୟ ହନୁମାନ ବେଣୀୱାଲ ଆଜି କୃଷକ ଆନ୍ଦୋଳନକୁ ସମର୍ଥନ କରି ୩ଟି ସଂସଦୀୟ କମିଟିରୁ ଇସ୍ତଫା ଦେଇଛନ୍ତି। ବେଣୀୱାଲ ତାଙ୍କ ଇସ୍ତଫା ପତ୍ର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ପଠାଇଛନ୍ତି। ବେନିୱାଲଙ୍କ ଇସ୍ତଫା ଦେବାର ମୁଖ୍ୟ କାରଣ ହେଉଛି ବାଡ଼ମେରରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ବିଶେଷ ଅଧିକାରର ଉଲ୍ଲଂଘନ ଯେଉଁଥିରେ ସଂସଦର ହସ୍ତକ୍ଷେପ ପରେ ମଧ୍ୟ ମାମଲା ଦାୟର କରାଯାଇ ନାହିଁ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

- Advertisement -

ଏହା ବ୍ୟତୀତ ମିଥ୍ୟା ତଥ୍ୟ ଆଧାରରେ ଏକ ସିମେଣ୍ଟ କମ୍ପାନୀକୁ ପରିବେଶ ମଞ୍ଜୁରୀ ପ୍ରଦାନ ତଥା ରାଜସ୍ଥାନରୁ ଉତ୍ପାଦିତ ଅଶୋଧିତ ତୈଳରୁ ରାଜ୍ୟକୁ ରୟାଲଟି ନ ଦେବା ପ୍ରସଙ୍ଗରେ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ସେ ଏହି ଦୁଇଟି ପ୍ରସଙ୍ଗକୁ କମିଟି ଆଗରେ ଉପସ୍ଥାପନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ସେ ଏହି କମିଟିଗୁଡ଼ିକର କୌଣସି ଯଥାର୍ଥତା ନ ଥିବା କହିଛନ୍ତି। ସେ କହିଛନ୍ତି ଯେ ତିନୋଟି କୃଷି ନିୟମ ନିଶ୍ଚିତ ଭାବରେ କୃଷକ ବିରୋଧୀ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ନିବେଦନ କରାଯାଇଛି। ଏନଡିଏ ମିଳିତ ମଞ୍ଚରେ ରହି ଶ୍ରୀ ବେଣୀୱାଲ ସରକାରଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର ନ କଲେ ଦଳ ସମର୍ଥନ ଉପରେ ପୁନର୍ବିଚାର କରିବ।

ଅନ୍ୟପକ୍ଷରେ ଆସନ୍ତା ୨୬ରେ ବେଣୀୱାଲ ୨ ଲକ୍ଷ ସମର୍ଥକଙ୍କ ସହ ଦିଲ୍ଲୀ ଯିବେ। ଆଜି ଜୟପୁରରେ ଅନୁଷ୍ଠିତ ଏକ ବୈଠକ ପରେ ବେଣୀୱାଲ କହିଛନ୍ତି ଯେ ତାଙ୍କ ଦଳ ସବୁବେଳେ ଚାଷୀଙ୍କୁ ସମର୍ଥନ କରିଛି ଏବଂ ଏହା ଜାରି ରହିବ। ସେ କହିଛନ୍ତି ଯେ କେନ୍ଦ୍ରର ଏହି ବିଲ୍ ବିରୋଧରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

Hot this week

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Related Articles

Popular Categories